ଏଥିରେ ୪୦ ନମ୍ବର ୱାର୍ଡର ମାଆ ଓ ଭଉଣୀମାନେ ଯୋଗ ଦେଇ ଏହାକୁ ସଫଳ କରିଥିଲେ । ଏହି ଅବସରରେ ମହିଳା ମାନଙ୍କ ଉନ୍ନତି ଏବଂ ଅଗ୍ରଗତି ନିମନ୍ତେ ନୂଆ ନୂଆ ଆଭିମୁଖ୍ୟ ଉପରେ ଚର୍ଚ୍ଚା ହେବା ସହିତ ବୟୋଜ୍ୟେଷ୍ଠ ମହିଳା ମାନଙ୍କୁ ସେମାନଙ୍କ ସାମାଜିକ ଯୋଗଦାନ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିରେ ପ୍ରମୁଖ ଭାବରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତି ଅନୁପମା ଜେନା ଉପସ୍ଥିତ ମାଆ ଓ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ଭବିଷ୍ୟତର ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନ ପାଇଁ ନିଜକୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ଆରମ୍ଭ କରାଯାଇଥିବା କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ମାଆ ଓ ଭଉଣୀଙ୍କୁ ଧନ୍ୟବାଦ ଅର୍ପଣ କରି ସମାବେଶଟି ସମାପ୍ତ ହେଲା । ୟୁନିଟ୍-୨, ୱାର୍ଡ.ନଂ-୪୦

© 2023 Odisha Taza News.