୧୬ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସ୍ଥାନୀୟ ୟୁନିଟ୍-୨ରେ ଶ୍ରୀମତି ଅନୁପମା ଜେନାଙ୍କ ନେତୃତ୍ବରେ ସଂଗଠିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସ୍ବାବଲମ୍ବନ ନିମନ୍ତେ ଆରମ୍ଭ କରାଯାଇଥିବା ଭୋଜନାଳୟ ପରିସରରେ ବିଶ୍ଵ ମହିଳା ଦିବସ ଉପଲକ୍ଷେ ଏକ ଗୋଷ୍ଠୀ ସମାବେଶ ଅନୁଷ୍ଠିତ ହୋଇଛି ।ଏଥିରେ ୪୦ ନମ୍ବର ୱାର୍ଡର ମାଆ ଓ ଭଉଣୀମାନେ ଯୋଗ ଦେଇ ଏହାକୁ ସଫଳ କରିଥିଲେ । ଏହି ଅବସରରେ ମହିଳା ମାନଙ୍କ ଉନ୍ନତି ଏବଂ ଅଗ୍ରଗତି ନିମନ୍ତେ ନୂଆ ନୂଆ ଆଭିମୁଖ୍ୟ ଉପରେ ଚର୍ଚ୍ଚା ହେବା ସହିତ ବୟୋଜ୍ୟେଷ୍ଠ ମହିଳା ମାନଙ୍କୁ ସେମାନଙ୍କ ସାମାଜିକ ଯୋଗଦାନ ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥିରେ ପ୍ରମୁଖ ଭାବରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତି ଅନୁପମା ଜେନା ଉପସ୍ଥିତ ମାଆ ଓ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ଭବିଷ୍ୟତର ସାମାଜିକ ଏବଂ ଅର୍ଥନୈତିକ ଆହ୍ୱାନ ପାଇଁ ନିଜକୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ଆରମ୍ଭ କରାଯାଇଥିବା କାର୍ଯ୍ୟରେ ଯୋଗ ଦେଇଥିବା ସମସ୍ତ ମାଆ ଓ ଭଉଣୀଙ୍କୁ ଧନ୍ୟବାଦ ଅର୍ପଣ କରି ସମାବେଶଟି ସମାପ୍ତ ହେଲା । ୟୁନିଟ୍-୨, ୱାର୍ଡ.ନଂ-୪୦