ବାଗପୁର ଠାରୁ ଭାୟା ଭୀମକେଲା ଗ୍ରାମ ଦେଇ ଯାଉଥିବା ଏହି ରାସ୍ତାର ଭୀମକେଲା ମଝିପଡା ଠାରେ ଏକ ସରପ୍ଲସ ପୂର୍ବରୁ ରହି ଆସିଥିଲା । ତେବେ ବର୍ତ୍ତମାନ ଏହି ସରପ୍ଲସଟିକୁ ସମତୁଲ କରି କଂକ୍ରିଟ ରୋଡ ତିଆରି କରାଯାଇଥିବା ଯୋଗୁଁ ପଡାବାସୀ ମାନେ ଅଭିଯୋଗ ଆଣିଛନ୍ତି । ପଡାବାସୀଙ୍କ ଅଭିଯୋଗ ପ୍ରକାରେ ମଝିପଡା ଗଳିରୁ ବର୍ଷା ଋତୁରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇ ଏହି ସରପ୍ଲସ ଦେଇ ନିଷ୍କାସନ ହୋଇଥାଏ ।
ରାସ୍ତା ନିର୍ମାଣ ସମୟରେ ପଡାବାସୀଙ୍କ ବିରୋଧ ସତ୍ତ୍ଵେ ଠିକାଦାରଙ୍କ ଦ୍ବାରା ନିଯୁକ୍ତ କର୍ମଚାରୀ ମାନେ ଗାଁର କିଛି ମନ୍ଦଲୋକଙ୍କ ପ୍ରରୋଚନାରେ ପଡି ଏହି ସରପ୍ଲସଟିକୁ ସମତୁଲ କରିବା ଦ୍ଵାରା ବର୍ଷା ସମୟରେ ପଡାବାସୀ ଜଳଘେରୀ ମଧ୍ୟରେ ରହିବେ ବୋଲି ଅଭିଯୋଗ କରିଛନ୍ତି ।
ଏଥିପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଏହି କାର୍ଯ୍ୟ ସମ୍ପର୍କରେ ଆମ ପ୍ରତିନିଧି ପ୍ରଶ୍ନକରିବାରୁ ମୁଁ ଏ ସମ୍ପର୍କରେ କୌଣସି ଅବଗତ ନାହିଁ ଓ ଠିକାଦାରଙ୍କ ଲୋକେ ମତେ କିଛି ନଜଣାଇ କାର୍ଯ୍ୟ କରିଥିବା ସୂଚନା ଦେଇଛନ୍ତି । ଠିକାଦାରଙ୍କ ଏହି ମନମୁଖୀ କାର୍ଯ୍ୟକୁ ପଡାବାସୀ ବିରୋଧ କରି ତୁରନ୍ତ ଏଠାରେ ଏକ ସରପ୍ଲସ କଂକ୍ରିଟ ରୋଡ ତିଆରି ସକାଶେ ଦାବି କରିଛନ୍ତିି ।
© 2023 Odisha Taza News.