• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଜେଟ୍‌ ୨୦୨୩-୨୪ର ମୁଖ୍ୟାଂଶ ବାଣିଜ୍ୟ ଓ ପରିବହନ ବିଭାଗ : ମନ୍ତ୍ରୀ ଶ୍ରୀମତୀ ସାହୁ

Proprietor Abhimanyu Maharana by Proprietor Abhimanyu Maharana
March 16, 2023
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ବଜେଟ୍‌ ୨୦୨୩-୨୪ର ମୁଖ୍ୟାଂଶ ବାଣିଜ୍ୟ ଓ ପରିବହନ ବିଭାଗ : ମନ୍ତ୍ରୀ ଶ୍ରୀମତୀ ସାହୁ
Share on FacebookShare on TwitterWhatsapp

୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-  ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ଏକ ନବୀନ ଓଡିଶା ସଶକ୍ତ ଓ ପ୍ରଗତିଶୀଳ ଓଡିଶାର ପରିକଳ୍ପନା କରିଛନ୍ତି । ଯେଉଁଥିରେ ପରିବହନ କ୍ଷେତ୍ର ହେଉଛି ରାଜ୍ୟବାସୀଙ୍କ ଅଭିବୃଦ୍ଧି, ସମୃଦ୍ଧି ଓ କଲ୍ୟାଣର ମାଧ୍ୟମ । ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ସମସ୍ତ ପରିବହନ ବ୍ୟବସ୍ଥା ଯଥା ସଡ଼କ, ରେଳ, ଜଳ ଓ ବେସାମରିକ ବିମାନ ଚଳାଚଳ ସୁଯୋଗକୁ ବାସ୍ତବ ଓ ସାକାର କରିବା ପାଇଁ ନିମ୍ନୋକ୍ତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଛନ୍ତି । ଆଜି ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍‌ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ରାଜ୍ୟ ତଥା ଆନ୍ତଃରାଜ୍ୟ ପରିବହନ ବ୍ୟବସ୍ଥାକୁ ନିରବଚ୍ଛିନ, ସୁନିଶ୍ଚିତ କରିବା ଏବଂ ମଲଫିମୋଡାଲ ଇକୋସିଷ୍ଟମକୁ ମଜବୁତ କରିବା ସହ ପରିବହନ ସଂଯୋଗୀକରଣ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି ।ସେହିପରି ରାଜ୍ୟର ସମସ୍ତ ଜିଲ୍ଲାକୁ ରେଳ ସଂଯୋଗୀକରଣ କରିବା, ଓଡିଶାକୁ ସ୍ଥାୟୀ ସାମୁଦ୍ରିକ ବନ୍ଦରର ବିକାଶ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ପ୍ରଗତିଶୀଳ ରାଜ୍ୟ ଭାବେ ପରିଣତ କରିବା ଏବଂ ସଡ଼କ ଦୁର୍ଘଟଣା ଏବଂ ତତ୍‌ଜନୀତ ମୃତାହତଙ୍କ ସଂଖ୍ୟା ହ ୍ରାସ କରିବା ପାଇଁ ସମ୍ପୃକ୍ତ ସଂସ୍ଥାମାନଙ୍କ ସହଯୋଗରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିବା ନିମନ୍ତେ ରାଜ୍ୟ ସରକାର ବିଭାଗ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେହିପରି ଆକାଶ ମାର୍ଗ ପରିବହନ ବ୍ୟବସ୍ଥା ମାଧ୍ୟମରେ ଆନ୍ତଃରାଜ୍ୟ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଇତି ମଧ୍ୟରେ ବେସାମରିକ ବିମାନ ଚଳାଚଳ, ମୋଟର ଯାନ ଚଳାଚଳ, ପଣ୍ୟବାହୀ ଟ୍ରକ ଯାନର ସୁଗମ ଚଳାଚଳ, ବାୟୁ ପ୍ରଦୂଷଣ ହ ୍ରାସ ଏବଂ ଅଣପ୍ରମୁଖ ବନ୍ଦରଗୁଡିକର ବିକାଶ ପାଇଁ ବେସରକାରୀ ବିକାଶକାରୀ/ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଗତ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌-୨୦୨୨ ରେ କେତେକ ନୀତି ପ୍ରଣୟନ କରାଯାଇଛି ।

ଓଡିଶା ବେସାମରିକ ବିମାନ ଚଳାଚଳ ନୀତି -୨୦୨୨, ଓଡିଶା ମୋଟର ଯାନ (ପଞ୍ଜୀକରଣ ଏବଂ ଯାନ ସ୍କ୍ରାପିଂ ସୁବିଧା) ନୀତି -୨୦୨୨, ଓଡ଼ିଶା ଲଜିଷ୍ଟିକ୍‌ ନୀତି ୨୦୨୨ ଏବଂ ଓଡ଼ିଶା ବନ୍ଦର ନୀତି -୨୦୨୨ ଆଦି ଏଥି ମଧ୍ୟରେ ଅନ୍ୟତମ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀମତୀ ସାହୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ ଲଜିଷ୍ଟିକ୍‌ସ ଇଜ୍‌ ଆକ୍ରସ୍‌ ଡିଫରେଣ୍ଟ ଷ୍ଟେଟ୍‌ (ଲିଡସ୍‌) – ୨୦୨୨ ମାନଦଣ୍ଡରେ ଭାରତର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ମଧ୍ୟରେ ଓଡିଶା ୯୦% ରୁ ଅଧିକ ସ୍କୋର ସହିତ ‘ଆଚିଭର’ର ମାନ୍ୟତା ପାଇଛି । ‘ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି’ ଦ୍ୱାରା ନିୟୋଜିତ ଏଜେନ୍ସିର ଅଡିଟ୍‌ ରିପୋର୍ଟ ଅନୁଯାୟୀ ସଡକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଓଡିଶାକୁ ଶତକଡା ୬୭.୩% ସହିତ ‘ଉଚ୍ଚ ପ୍ରଦର୍ଶନକାରୀ’ ମାନ୍ୟତା ଦିଆଯାଇଛି ।ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୧୮୮୭.୪୮ କୋଟି ସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷର ଏହି ଅବଧି ମଧ୍ୟରେ ସଂଗୃହିତ ରାଜସ୍ୱ ତୁଳନାରେ ୩୦% ଅଧିକ । ବିଭିନ୍ନ ଅନୁଷ୍ଠାନର ଦିବ୍ୟାଙ୍ଗ(ଭିନ୍ନକ୍ଷମ ବ୍ୟକ୍ତି) ସମେତ ଅନେକ ଛାତ୍ରଛାତ୍ରୀଙ୍କୁ ରାଉରକେଲାଠାରେ ଆୟୋଜିତ ପୁରୁଷ ହକି ବଶ୍ୱକପ୍‌ ମ୍ୟାଚ୍‌ ୨୦୨୨ ଦେଖିବା ପାଇଁ ବିମାନ ଯାତ୍ରାର ସୁବିଧା ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ଉଡ଼ାଣ ଅଭିଜ୍ଞତାକୁ ଉପଭୋଗ କରିବାର ସୁଯୋଗ ପାଇଥିଲେ । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ସାରା ରାଜ୍ୟରେ ସୁନିଶ୍ଚିତ ତଥା ସୁଲଭ ପରିବହନ ସହ ଓଡ଼ିଶାର ଲୋକଙ୍କୁ ସୁବିଧାଜନକ ସେବା ପାଇଁ ଲୋକେସନ୍‌ ଆସେସିବୁଲ୍‌ ମଲଫିମୋଡାଲ୍‌ ଇନିସିଏଟିଭ୍‌ (‘କଞ୍ଚcଚ୍ଚଟ୍ଟiଞ୍ଚn ଅcceଟଟiଚ୍ଛଝe mଫଝଟ୍ଟimଞ୍ଚଛଚ୍ଚଝ ଔniଟ୍ଟiଚ୍ଚଟ୍ଟiଠe (କଅଈଈMଔ)‘) ନାମକ ଏକ ନୂତନ ଯୋଜନା କରାଯାଇଛି ।

ବସ୍‌, ରେଳ ଷ୍ଟେସନ୍‌, ବାଣିଜ୍ୟିକ କେନ୍ଦ୍ର, ସ୍ୱାସ୍ଥ୍ୟ ସେବାକେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମରୁ ସହର ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତାୟତର ସୁଯୋଗ ସୃଷ୍ଟି କରିବା ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷପାଇଁ ୧୦୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି । ଏତଦ୍‌ବ୍ୟତୀତ ବିଦ୍ୟୁତଚାଳିତ ଯାନ କ୍ରୟରେ ହିତାଧିକାରୀଙ୍କୁ ସବସିଡ୍‌ ପ୍ରଦାନ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି । ଡ୍ରାଇଭରଙ୍କର ଯାନ ଚାଳନା ଦକ୍ଷତାର ବିକାଶ ପାଇଁ ଚାରିଟି (୦୪) ଡ୍ରାଇଭିଙ୍ଗ ଟ୍ରେନିଂ ଓ ଗବେଷଣା ପ୍ରତିଷ୍ଠାନ ର ସ୍ଥାପନା, ମୋଟରଗାଡିର ଫିଟ୍‌ନେସ ଓ ପରୀକ୍ଷା ପାଇଁ ଅଟୋମେଟିକ୍‌ ଟେଷ୍ଟିଂ ଷ୍ଟେସନ୍‌ ସ୍ଥାପନ ଏବଂ ପଣ୍ୟବାହୀ ଟ୍ରକ ଯାନ ରହଣି ପାଇଁ ଟ୍ରକ୍‌ ଟର୍ମିନାଲ୍‌ ପ୍ରତିଷ୍ଠା, ଜଳପଥରେ ଯାତ୍ରା ସମୟରେ ଇନ୍‌ଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଯାତ୍ରୀମାନଙ୍କ ନିରାପତ୍ତା ପାଇଁ ଲାଇଫ୍‌ବୟ, ଲାଇଫ୍‌ ଜ୍ୟାକେଟ୍‌ ପ୍ରଦାନ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ମୋଟ ୧୫୬ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବିମାନ ଚଳାଚଳ ପାଇଁ ଉଡାନ୍‌ ଯୋଜନା ଅଧୀନରେ ବିମାନ ଅବତରଣ କେନ୍ଦ୍ର ନିର୍ମାଣ ଏବଂ ଉଡ଼ାଣର କ୍ଷତିଭରଣା ପାଇଁ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ସବସିଡି ଏବଂ ଢେଙ୍କାନାଳ ଜିଲ୍ଲାର ବିରାଶାଲ ଠାରେ ଥିବା ବିଜୁ ପଟ୍ଟନାୟକ ଏଇରୋସ୍ପେସ୍‌ ଏକାଡେମୀ ପାଇଲଟ୍‌ ଟ୍ରେନିଂ ଇନ୍‌ଷ୍ଟିଚୁ୍ୟଟ୍‌କୁ ବିଶ୍ୱସ୍ତରୀୟ ଉନ୍ନତିକରଣ ତଥା ଏଠାରେ ୫୦୦ ଜଣ ପାଇଲଟ୍‌ଙ୍କୁ ବିଶ୍ୱସ୍ତରୀୟ ପାଇଲଟ୍‌ ଟ୍ରେନିଙ୍ଗ୍‌ ପ୍ରଦାନର ସୁବିଧା ପାଇଁ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍‌ରେ ୩୨୫.୦୦ କୋଟି ଟଙ୍କା ରଖାଯାଇଛି । ରାଜ୍ୟରେ ଚାଲୁଥିବା ରେଳ ପ୍ରକଳ୍ପ ଏବଂ ନୂତନ ରେଳ ପ୍ରକଳ୍ପ ବିକାଶ ପାଇଁ ବଜେଟ୍‌ରେ ୩୬୦.୦୦ କୋଟି ଟଙ୍କା ରଖାଯାଇଛି ।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପାଇଁ ୨୧୦.୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆମ ବସ୍‌ଷ୍ଟାଣ୍ଡ ନିର୍ମାଣ, ନୂତନ ବସ୍‌ କ୍ରୟ ଏବଂ ସମନ୍ୱିତ ପରିବହନ ପରିଚାଳନା ପଦ୍ଧତି (ଆଇଟିଏମ୍‌ଏସ୍‌) କାର୍ଯ୍ୟକାରିତା ପାଇଁ ଭିତ୍ତିଭୂମିର ବିକାଶ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ପରିଚାଳନା କରିଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version