No Result
View All Result
୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ୧୦ଦଫା ଦାବିରେ ବୁଧବାର ଡ୍ରାଇଭରମାନେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେହି କ୍ରମରେ ନୁଆଗଡ ବ୍ଲକ ରେ ଏହାର ପ୍ରଭାବ ପଡିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା, ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବା,୫୫ବର୍ଷ ପରେ ପେନସନ ପ୍ରଦାନ, ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ, ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ଲକ୍ଷ ଟଙ୍କା ଏବଂ ଚିକିତ୍ସା ପାଇଁ ସହାୟତା ଦାବିରେ , ବନ୍ଦ ଡାକରା ଦିଆଯାଇଥିଲା ।
ଯାତ୍ରୀବାହୀ ଗାଡ଼ି ଚଳାଚଳ ବନ୍ଦ ଯୋଗୁ , ଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ବୁଧବାର ସକାଳେ , ନୁଆଗଡ ବ୍ଲକ ଅଞ୍ଚଳର ପ୍ରାୟ ସତାଧିକ ରୁ ଉର୍ଦ୍ଧ୍ବ ଡ୍ରାଇଭର ଏକାଠି ହୋଇ ଖଜୁରିପଦା ଛକରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବଡପଦା ରୁ ଖଜୁରିପଦା ରାଲି କରିଥିଲେ ।
ରାଜ୍ୟ ସରକାରଙ୍କ ପାଖରେ ୧୦ ଦଫା ଦାବି ପୂରଣ କରିବା ପାଇଁ ଅନେକ ବାର ଅଭିଯୋଗ କରିଛନ୍ତି । ତଥାପି କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ରାଜ ରାସ୍ତାରେ ପ୍ରତିବାଦ ଜଣାଇଛନ୍ତି । କିନ୍ତୁ ପ୍ରତିବାଦ କଲେ ମଧ୍ୟ ଆମ୍ବୁଲାନ୍ସ ,ସ୍କୁଲ ଯାନବାହନ, ପ୍ରସାସନ ଯାନବାହାନ କୁ ଛାଡ଼ିବା ସହ ଆଇନ ଅନୁଯାୟୀ ଶୃଙ୍ଖଳିତ ଭାବେ ବନ୍ଦ ଡାକରା ଦିଆଯାଇଥିଲା । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

No Result
View All Result