- ରଜର ୨ୟ ଦିବସରେ ଗାଁର ଝିଅମାନେ ନୂଆ ଜାମା ପଟା ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି, କୁକୁମ, ଅତର ଲଗାଇ ନାନା ପରିପାଟିରେ ସଜବାଜ ହୋଇ ସାଙ୍ଗହୋଇ ସାଇସାଇ ବୁଲି ପିଠାପଣା ଖାଉଛନ୍ତି ।
- କରୋନା ଲାଗି ରଜ ମଉଜ ଫିକା ପଡି ଯାଇଥିଲେ ହେଁ ଘର ଅଗଣା ଓ ବାଡିପଟୁ ଝିଅଙ୍କ ସୁଲଳିତ କଣ୍ଠରୁ ଭାସିଆସୁଛି ବନସ୍ତେ ଡ଼ାକିଲା ଗଜ, ମୋ’ଭାଈ ମୁଣ୍ଡରେ ସୁନା ମୋକଟ ଆଦି ଗୀତର ଲହରି । 3
- ଝିଅଙ୍କ ସାହି ବୁଲା ଓ ବାଡି ଅଗଣାରେ ରଜଦୋଳି ଗୀତରେ ମୁଖରିତ ଗାଁ ପରିବେଶ
ଓଡିଶା ତାଜା ନ୍ୟୁଜ୍ (୧୬ ଜୁନ୍ ମଙ୍ଗଳବାର) କୋରାଇ :- ପ୍ରଥମ ରଜ ଚାଲିଗଲା ମୌସୁମୀ ବର୍ଷା ସହ ସଟଡାଉନରେ । ଆଜି ଲକଡାଉନ ରହିଥିଲେ ମଧ୍ୟ ରଜ ପର୍ବକୁ ଛାଡିପାରି ନାହାଁନ୍ତ ଗାଁଲୋକେ । ଅଳ୍ପବହୁତେ କେତେକ ସ୍ଥାନେର ରଜ ମନାଯାଉଥିବା ଦେଖାଯାଇଛି । ସୋମବାର ରଜ ସଂକ୍ରାନ୍ତା ।
ଆଜି ଦିନତମାମ ପାଗ କୋହଲା ରହିଥିବାରୁ ଦେବାଦେବୀ ସ୍ଥାନରେ ଗାଁ ମଣ୍ଡପରେ ଲୋକଙ୍କ ଗହଳି ଲାଗି ରହିଥିବା ଦେଖାଯାଇଥିଲା । ରଜର ୨ୟ ଦିବସରେ ଗାଁର ଝିଅମାନେ ନୂଆ ଜାମା ପଟା ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି, କୁକୁମ, ଅତର ଲଗାଇ ନାନା ପରିପାଟିରେ ସଜବାଜ ହୋଇ ସାଙ୍ଗହୋଇ ସାଇସାଇ ବୁଲି ପିଠାପଣା ଖାଉଛନ୍ତି ।
ହେଲେ ଗାଁର ତୋଟାରେ ଏବର୍ଷ ଦୋଳି ଲାଗିନଥିଲେହେଁ ନିଜନିଜ ବାଡିରେ ଲାଗିଥିବା ଦୋଳି ଖେଳି ଆନନ୍ଦରେ ରଜମନାଉଛନ୍ତି ଝିଅମାନେ । କରୋନା ଲାଗି ରଜ ମଉଜ ଫିକା ପଡିଯାଇଥିଲେ ହେଁ ଘର ଅଗଣା ଓ ବାଡିପଟୁ ଝିଅଙ୍କ ସୁଲଳିତ କଣ୍ଠରୁ ଭାସିଆସୁଛି ବନସ୍ତେ ଡ଼ାକିଲା ଗଜ, ମୋ’ଭାଈ ମୁଣ୍ଡରେ ସୁନା ମୋକଟ ଆଦି ଗୀତର ଲହରି ।
ଏଥିସହିତ ପ୍ରତି ଘରେ ଘରେ ପୋଡପିଠା, ଆରିଶା ପିଠା ଆଦି ନାନା ରକମର ପିଠା କରାଯାଇଥିଲା ବେଳେ ଆମ୍ବ, ପଣଶର ସମ୍ଭାର ଖାଇବାକୁ ବେଶ ଆକୃଷ୍ଟ କରିଛି । ଗାଁର ବୟସ୍କ ଲୋକମାନେ ପଶା, ତାସ ଖେଳୁଥିଲା ବେଳେ ଯୁବକମାନେ ଚେସ ଖେଳରେ ମସଗୁଲ ।
ସେହିପରି ଘର ଅଗଣାରେ ଝିଅବୋହୁ ଲୁଡୁ, ତାସ ଆଦି ଖେଳୁଥିଲା ବେଳେ କୁନିପିଲାମାନେ ଦୋଳିରେ ବସି ଖେଳିବା ଲାଗି ଅଝଟ କରିବା ପରବକୁ ଉତ୍ସବ ମୁଖରିତ କରିଛି । ଗାଁ ମୁଣ୍ଡରେ ପୂଜା ପାଉଥିବା ଦେବା ଦେବୀଙ୍କୁ ଆଜି ସଂକ୍ରାନ୍ତି ଅବସରରେ ସମାଜିକ ଦୂରତା ଭିତିରେ କେବଳ କର୍ତ୍ତା ଓ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । (ବ୍ୟାସନଗରରୁ – ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com