No Result
View All Result
କୃଷି ଫାର୍ମଗୁଡିକର ପୁନରୁଦ୍ଧାର କରାନଗଲେ ଓଡ଼ିଶାର ଚାଷି କେବଳ ଧାନ ଚାଷ ଉପରେ ସିମିତ ରହିଯିବେ ବୋଲି ଆଶଙ୍କ ପ୍ରକାଶ ପାଉଛି ।
୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସ୍ୱାଧୀନତା ପରବର୍ତ୍ତୀ ସମୟରେ ନୂଆ ଓଡ଼ିଶାର ପରିକଳ୍ପନା ବେଳେ ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ସେତେବେଳର ଚିନ୍ତା ନାୟକମାନେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ତତ୍କାଳିନ କେନ୍ଦ୍ର ସରକାର ଭୁବନେଶ୍ୱରରେ ଏକ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରରେ କୃଷି ଗବେଷଣା ପ୍ରତିଷ୍ଠାନ ମାନ ଖୋଲିଥିଲେ । ଏଥି ସହିତ ରାଜ୍ୟର କୃଷକ ମାନଙ୍କୁ ଉନ୍ନତମାନର ବିହନ ଯୋଗାଇ ଦେବା ପାଇଁ ବିଭିନ୍ନ ଜିଲାରେ ୧୩୧ ରୁ ଅଧିକ କୃଷି ଫାର୍ମ ପ୍ରତିଷ୍ଠା କରାଯାଇଥିଲା । ୯୦ଦଶକ ପର୍ଯ୍ୟନ୍ତ କୃଷି ଫାର୍ମ ଗୁଡିକ ସଫଳତାର ସହ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରିଆସୁଥିଲେ । କଂଗ୍ରେସ ସରକାରଙ୍କ ଶେଷ ଶାସନ କାଳରେ ରାଜ୍ୟରେ ଅନେକ ଗୁଡିଏ କୃଷି ଫାର୍ମ ପଙ୍ଗୁ ଅବସ୍ଥାକୁ ଚାଲି ଆସିଥିଲା । ରାଜ୍ୟର ସର୍ବ ବୃହତ ବିହନ ଉତ୍ପାଦନ କରୁଥିବା ଡେରାଶ କୃଷି ଫାର୍ମକୁ ହଠାତ୍ ବନ୍ଦ କରିଦିଆଗଲା । ୩୦୦ ହେକ୍ଟରରୁ ଅଧିକ ଜମି ଉପରେ ପ୍ରତିଷ୍ଠିତ ଏହି ଫାର୍ମରେ ଉନ୍ନତମାନର ଧାନ, ଗହମ, ଆଳୁ, ରାଶି, କୋଳଥ, ମାଣ୍ଡିଆ, ପୋଟଳ, ଆଖୁ, ଚିନା ବାଦାମ, କୋବି, ସପୁରୀ, କଦଳୀ ଚାରା ଉତ୍ପାଦନ କରାଯାଉଥିଲା । ଅଧିକ ଅମଳ କ୍ଷମ ଥିବା ଏହି ପ୍ରଜାତିର ବିହନ ଗୁଡିକ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଇ ଚାଷିଙ୍କୁ ବଣ୍ଟନ କରାଯାଉଥିଲା । ହଠାତ୍ ଏହି ଫାର୍ମଟି ବନ୍ଦ କରି ଦିଆଯାଇ ଏବେ ସେଠାରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ସି ଫଡ୍ କାର୍ଯ୍ୟକ୍ରମ କରିବା ପାଇଁ ଜମି ବାଣ୍ଟିଦିଆଗଲା । ଯାହା ଫଳରେ ଚାଷ ଓ ଚାଷୀଙ୍କ ପାଇଁ ଉଦ୍ଧିଷ୍ଠ ଥିବା ଏହି ସରକାରୀ କୃଷି ଫାର୍ମଟି ସବୁଦିନ ପାଇଁ ଅସ୍ତମ୍ବିତ ହୋଇଗଲା । କେବଳ ଡେରାଶ କୃଷି ଫାର୍ମ ନୁହେଁ ଖୋର୍ଦ୍ଧା, କୋରାପୁଟ, ନିମାପଡ଼ା, ଯାଜପୁର, ସମ୍ବଲପୁର, ଢ଼େଙ୍କାନାଳ, ବଲାଙ୍ଗୀର ଭଳି ଜିଲ୍ଲାରେ ଥିବା ଅନେକ ଗୁଡିଏ କୃଷି ଫାର୍ମ ବନ୍ଦ ହୋଇଯିବା ଦ୍ୱାରା ସରକାରଙ୍କ ପ୍ରସ୍ତାବିତ କୃଷି ନିତି କେତେ ସଫଳ ହେବ ତାହାକୁ ନେଇ ଏବେ ଚିନ୍ତା ପ୍ରକାଶ ପାଇଛି । ପରିତ୍ୟକ୍ତ ଅବସ୍ଥାରେ ଥିବା କୃଷି ଫାର୍ମଗୁଡିକର ପୁନରୁଦ୍ଧାର କରାନଗଲେ ଓଡ଼ିଶାର ଚାଷି କେବଳ ଧାନ ଚାଷ ଉପରେ ସିମିତ ରହିଯିବେ ବୋଲି ଆଶଙ୍କ ପ୍ରକାଶ ପାଉଛି ।
No Result
View All Result