ପୂର୍ବରୁ ମଧ୍ୟ ଜୁହାର ପରିବାର ୟୁକେ ଟିମ ସରିଆଁର କିଡନୀ ରୋଗୀ ଗୋବିନ୍ଦ ଗୌଡ଼(୧୨) ଙ୍କୁ ୧୦୦୦୦, ବ୍ରେନ ହେମରେଜ ରୋଗୀ ଅଚିନ ମାଝୀଙ୍କୁ ୫୦୦୦ ଟଙ୍କା , ସାନଗୁଣ୍ଡୁରୀ କର୍କଟ ରୋଗୀ ଅଞ୍ଜଳି ରଣାଙ୍କୁ ୧୦୦୦୦ ଟଙ୍କା, ଯମୁନାବହାଲ ର ରକ୍ତ କର୍କଟ ରୋଗୀ ହୋଲିକା ଭୋଇଙ୍କୁ ୬୦୦୦ ଟଙ୍କା , ଲାଞ୍ଜିଗଡ଼ର ରକ୍ତ କର୍କଟ ରୋଗୀ ପ୍ରଜ୍ଞାନିସି ବାଗଙ୍କୁ ୫୦୦୦ ଟଙ୍କା, ଭୁବନେଶ୍ୱର ରୋଗୀ ଆଦିତ୍ୟ ଜେନା(୬) ଙ୍କୁ ୧୦୦୦୦ ଟଙ୍କା ,
ଭଦ୍ରକ ଜିଲ୍ଲା ର ରୋଗୀ ସୁବୋଧ ସାହୁଙ୍କୁ ୧୦୦୦୦ ଟଙ୍କା ଏବଂ କୋଭିଡ ସମୟରେ ୧୨୦୦୦ ଟଙ୍କା ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ । ଜୁହାର ପରିବାର ୟୁକେର ମୁଖ୍ୟ ସଦସ୍ୟ ଦେବାଶିଷ ମିଶ୍ର , ଉତ୍ତମ ତ୍ରିପାଠୀ , ଅଙ୍କନ ନାଏକ ଓ ଶ୍ରୀରାମ ପଣ୍ଡାଙ୍କ ସହଯୋଗ ରେ ସମସ୍ତ ରୋଗୀ ସହାୟତା ପାଇଛନ୍ତି । ଜୁହାର ପରିବାର ୟୁକେ ନିରୀହ ରୋଗୀଙ୍କୁ ସହାୟତା କରୁଥିବା ଏପରି ମହତ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

© 2023 Odisha Taza News.