No Result
View All Result
୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ଥିବା ଜିଲ୍ଲାର ଏକମାତ୍ର ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସରକାର ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ପୂର୍ବରୁ କରିଥିଲେ । ସ୍କୁଲ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଏହି ସୁବିଧା ପାଇ ଆସୁଥିଲେ ସାଧାରଣ ବର୍ଗର ସ୍ଥାନୀୟ ଛାତ୍ର ଛାତ୍ରୀ । କିନ୍ତୁ ଚଳିତ ବର୍ଷ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆବେଦନ କରିବା ଲାଗି ସ୍କୁଲ କୁ ଯାଇ ନିରାଶ ହୋଇ ଫେରିଛନ୍ତି ଅଭିଭାବକମାନେ ।
କେଉଁ କାରଣରୁ, କିଭଳି, କାହା ନିର୍ଦେଶରେ ଏହି ନିସ୍ପତି ସରକାର ଓ ସ୍କୁଲ କର୍ତୃପକ୍ଷ ନେଲେ ତାହା ସ୍ଥାନୀୟ ଅଭିଭାବକଙ୍କ ମହଲରେ ପ୍ରଶ୍ନ ବାଛି ସୃଷ୍ଟି କରିଛି । ଏନେଇ ପ୍ରଥମେ ସ୍କୁଲ କର୍ତୃପକ୍ଷ ଓ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ,ପ୍ରକଳ୍ପ ଅଧିକାରୀ । ଜିଲ୍ଲାପାଳ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ସଂପର୍କରେ ଅବଗତ ଓ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ତାହା ବର୍ତ୍ତମାନ ସୁଧା କୌଣସି ପ୍ରକାର କାର୍ଯ୍ୟକାରୀ ହୋଇନଥିବାରୁ ଆଜି ସ୍କୁଲ ସମ୍ମୁଖରେ ଚ଼ନ୍ଦ୍ରଗିରି ଅଞ୍ଚଳର ଜନପ୍ରତିନିଧି ଓ ବୁଦ୍ଧିଜୀବିମାନେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଆଗାମୀ ଦିନରେ ଏହା ଏକ ବଡଧରଣର ଆନ୍ଦୋଳନ ହେବାସହ ପ୍ରବେଶିକା ପରିକ୍ଷାକୁ ହେବାକୁ ଦେବେ ନାହିଁ ଓ ରାଜରାସ୍ତା ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏପଟେ ସ୍କୁଲ ପ୍ରବେଶିକା ଫର୍ମ ଦେୟ ମୁକ୍ତ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ କିଣି ଆଣିବା ଲାଗି ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଅଭିଭାବକ ମାନେ ଗୋଟିଏ ଫର୍ମକୁ ୧୫ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଦେଇ କିଣି ଥିବାବେଳେ ଏଥିରେ ସ୍କୁଲ କାର୍ତୁପକ୍ଷଙ୍କ ହାତ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
No Result
View All Result