No Result
View All Result
୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ସକାଳ ୭ ଘଟିକା ସମୟରେ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରୁ ବିଜୁ ପ୍ରେମୀମାନଙ୍କ ଦ୍ଵାରା ପ୍ରଭାତ ଫେରି ହୋଇଥିଲା । ପରେ ଲିଙ୍ଗରାଜ ମନ୍ଦିର ଠାରୁ ଧଉଳି ପାର୍ବତୀ ସାଗର ପର୍ଯ୍ୟନ୍ତ ଶତାଧିକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ସେହିପରି ପୂର୍ବାହ୍ନ ୧୦ ଘଟିକା ସମୟରେ ଟଙ୍କପାଣି ରୋଡ ସାଇ ମନ୍ଦିର ଛକ ସାଇ କନଭେନସନ ଠାରେ ସାଧାରଣ ସଭାରେ ଏକାମ୍ର ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜୁ ପ୍ରେମୀ ମାନଙ୍କୁ ଅତିଥିମାନେ ବିଜୁ ବାବୁଙ୍କ ବୀରତ୍ୱ,ଦେଶ ପ୍ରେମ ଓ ସ୍ଵାଧୀନତା ସଂଗ୍ରମର ଅବଦାନ ବିଷୟରେ ଆଲୋକପାତ କରିବା ସହ ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ଲୋକ ସେବାକୁ ଏକ ମହନୀୟ ବ୍ରତ ଭାବରେ ଗ୍ରହଣ କରିବେ ଏବଂ ସମୃଦ୍ଧ ,ସସକ୍ତ ଓ ସ୍ବାଭିମାନ ‘ ନବୀନ ଓଡ଼ିଶା ‘ ଗଢ଼ିବା ପାଇଁ ଶପଥ ଗ୍ରହଣ କରିଥିଲେ।ଅତିଥିମାନଙ୍କ ଗହଣରେ ରାଜ୍ୟସଭା ସାଂସଦ ଡ ଅମର ପଟ୍ଟନାୟକ, ସୁଲୋତା ଦେଓ, ପୂର୍ବତନ ସାଂସଦ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଓଡ଼ିଶା ରିଭିଉ ଓ ଉତ୍କଳ ପ୍ରସଙ୍ଗ ର ସମ୍ପାଦିକା କସ୍ତୁରୀ ମହାପାତ୍ର, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଜିଲ୍ଲା ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର,ଯୁବ ସଭାପତି ସମରେଶ ବେଉରା, ରାଜ୍ୟ କୃଷି ଉନ୍ନୟନ ନିଗମ ଉପାଧ୍ୟକ୍ଷ ଡ ସନ୍ତୋଷ ବେଜ, ରାଜ୍ୟ ଛାତ୍ର କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ,ଏକାମ୍ର ଛାତ୍ର ସଭାପତି ଶିବ ମହାପାତ୍ର, ରାଜେଶ ପାତ୍ର,ରାଜ୍ୟ ବରିଷ୍ଠ ଛାତ୍ର ଉପସଭାପତି ଅଜିତ ବେହେରା, ଯୋଗେଶ ଜେନା, ଜିଲ୍ଲା ବିଜୁ ଆଇନଜୀବି ସାମୁଖ୍ୟ ସଭାପତି ଡ ସୁରେଶ ବାରିକ,ଜିଲ୍ଲା ପରିଷଦ ସଭ୍ୟ ସୁବାସ କୁମାର ସୁନ୍ଦରାୟ, ବହୁ କର୍ପୋରେଟର, ସରପଂଚ, ସମିତି ସଭ୍ୟ, ଏବଂ ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ।
No Result
View All Result