Home ଓଡ଼ିଶା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୦୯ ମାର୍ଚ୍ଚ ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ ରହିବା,ଖାଇବା ସହ ମାଗଣାରେ ବହି,ଖାତା, ପୋଷାକ ଓ ଯୋତା ଆଦି ଯୋଗାଇ ଦେଉଛନ୍ତି । ଏଥି ସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ମଧ୍ୟ କଲେଣି କିନ୍ତୁ, ଆଜିବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠିକି ଏସବୁ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି । କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଓରା ପଞ୍ଚାୟତର ଆଡାରି ବିଦ୍ୟାଳୟ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ୨୦୧୦ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହେଇଥିଲା। ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଉକ୍ତ ବିଦ୍ୟାଳୟକୁ ଯିବା ନିମନ୍ତେ ରାସ୍ତା ଟିଏ ନାହିଁ । ଫଳରେ ଛାତ୍ରଛାତ୍ରୀ ବିଲ ହୁଡ଼ା ଦେଇ ବିଦ୍ୟାଳୟକୁ ଯିବାକୁ ପଡୁଛି । ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବାରୁ ଭଙ୍ଗା ଦଦରା କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଶିକ୍ଷାଦାନ । ପାଞ୍ଚଟି ଶ୍ରେଣୀ ପାଇଁ ଗୋଟିଏ ମଧ୍ୟ ଭଲ ଗୃହ ନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି ବିଦ୍ୟାଳୟରେ ଅନ୍ୟାନ୍ୟ ବ୍ୟବସ୍ଥା କଣ ଥିବ? ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୨୬ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକ ବାଳି ପ୍ରଧାନ ଓ ସହକାରୀ ଶିକ୍ଷକ ଦାଶରଥୀ ମାର୍ଥା ନିୟମିତ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି । ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ଯଥା ଶୀଘ୍ର ବିଦ୍ୟାଳୟର ଶ୍ରେଣୀ ଗୃହ ସମେତ ଆନୁସଙ୍ଗିକ ବ୍ୟବସ୍ଥା ନସୁଧାରିଲେ ଆଗାମୀ ଦିନରେ ବ୍ଲକ୍ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରତ ପାଟମାଝି ଓ ଅଞ୍ଚଳବାସୀ । Categories: ଓଡ଼ିଶା, କନ୍ଧମାଳ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ବୋଲଗଡ଼-ବେଗୁନିଆରୁ ବିଜେଡି ପ୍ରାର୍ଥୀ ହେଲେ - ପ୍ରଦୀପ ସାହୁ by Proprietor by Abhimanyu Maharana May 2, 2024 ହାଟବସ୍ତ ଯୁବ ଗୋଷ୍ଠୀ ପକ୍ଷରୁ ଜଳଛତ୍ର ବଣ୍ଟନ by Proprietor by Abhimanyu Maharana May 2, 2024 ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ : କିଏ ମାରିବ ବ୍ରହ୍ମପୁର ବାଜି - ବିଜେପି, ବିଜେଡି ନା କଂଗ୍ରେସ by Proprietor by Abhimanyu Maharana May 2, 2024 ପାଟଣାଗଡ ରେ ବଳ ଗୋଟାଉଛି ବିଜେପି : ବିଜେପି ରେ ସାମିଲ ହେଲେ ବିଜେଡି ର ଶତାଧିକ କର୍ମୀ by Proprietor by Abhimanyu Maharana May 2, 2024 ନଦୀ କୁ ଗାଧୋଇବାକୁ ଜାଇ ବୃଦ୍ଧ ଜଣକ ମୃତ by Proprietor by Abhimanyu Maharana May 2, 2024 ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ଉପବାଚସ୍ପତି ସାଲୁଗା ପ୍ରଧାନ by Proprietor by Abhimanyu Maharana May 1, 2024