No Result
View All Result
୦୯ ମାର୍ଚ୍ଚ ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଞ୍ଚାୟତର ଆଜୟଗଡ ଗ୍ରାମ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ଜନ କଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ଓପିଲିପି: ପ୍ରକଳ୍ପ ଅଧିନସ୍ଥ ପିଭିଟିଜି: ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ନେଇ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅଜୟଗଡ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମର ସ୍ଵୟଂ ସହାୟକ ଦଳର ମାଆ ମାନେ ଆସି ଯୋଗ ଦେଇଥିଲେ । ଏଥିରେ ଅଜୟଗଡ ପଞ୍ଚାୟତର ସରପଞ୍ଚ ସୁଲମି ଶବର , ଓଡ଼ିଶା ଜୀବିକା ମିଶନର ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ପ୍ରେମଲତା ପାଇକ , ଓପିଇୟୁପି: ସିଆରପି: ତଥା ଟିମ୍ ଲିଡର ବୀଉଟି ଲିମା ,
ଓଏଲଏମ:ର ସିଆରପି: ବବିତା ପାଇକ , ଚୁନୁମା ବଡନାଇକ , ଅଙ୍ଗନବାଡ଼ି କର୍ମୀ ଝିନିମା ପରିଚ୍ଛା , ନିନେବୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟତଃ ମହିଳା ମାନଙ୍କ ସଶକ୍ତିକରଣ ସମସ୍ୟା , ଉଚ୍ଚ ପ୍ରାଥମିକ ଶିକ୍ଷା , ଉଚ୍ଚଶିକ୍ଷା , ଧନ୍ଦା ମୁଳକ ଓ ବୈଷୟିକ ଶିକ୍ଷା , କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ , ଶୀଘ୍ର ବିବାହ , ମହିଳା ମାନଙ୍କ ଦେଶାନ୍ତର ଜନିତ ସମସ୍ୟା , ଆର୍ଥିକ ସ୍ଵାଧୀନତା ଓ ଲିଙ୍ଗଗତ ସମାନତା ପ୍ରଭୃତି ବିଭିନ୍ନ ଦିଗ ସମ୍ପର୍କରେ ସରପଞ୍ଚ ସୁଲମୀ ଶବର , ଟିମ୍ ଲିଡର ବିଉଟି ଲିମା ଓ ଜିପିଏଲ୍ଏଫ: ସଭାନେତ୍ରୀ ଆଲୋଚନା କରିଥିଲେ । ଶେଷରେ ଜନ କଲ୍ୟାଣ ପ୍ରତିଷ୍ଠାନର କର୍ମୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟା ମହିଳା ମାନେ ବିହୁଲା ମାଛ ଓ ଏଷ୍ଟର ଗମାଙ୍ଗ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ
No Result
View All Result