No Result
View All Result
୦୮ ମାର୍ଚ୍ଚ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ସେ ଓଡିଆଭାଷା, ସାହିତ୍ୟରେ ଉଚ୍ଚତର ଗବେଷଣା କରି ଉତ୍କଳ ସଂସ୍କୃତି, ବିଶ୍ୱବିଦ୍ୟାଳୟରୁ ପିଏଚଡି ଉପାଧି ପାଇଛନ୍ତି । ତାଙ୍କର ନିବନ୍ଧର ବିଷୟ ଥିଲା, ‘ଓଡିଆ ଉପନ୍ୟାସ ଆଧାରିତ ଚଳଚ୍ଚିତ୍ର . ଏକ ଗବେଷଣାତ୍ମକ ଅନୁଧ୍ୟାନ’ । ଏହାର ପ୍ରସ୍ତୁତି ପାଇଁ ସେ ଅବସରପ୍ରାପ୍ତ ଓଡିଆ ବିଭାଗର ପ୍ରାଧ୍ୟାପିକା ଡକ୍ଟର ଅର୍ଚ୍ଚନା ନାୟକଙ୍କ ତତ୍ତ୍ୱାବଧାନରେ ଦୀର୍ଘ ୫ ବର୍ଷ ଧରି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନରେ ଗବେଷଣା କର୍ମ କରୁଥିଲେ ।ଏହି ନିବନ୍ଧଟି ଶାନ୍ତି ନିକେତନର ଓଡିଆଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ନିଳାଦ୍ରୀ ଭୂଷଣ ହରିଚନ୍ଦନ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡିଆଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏହି ନିବନ୍ଧଟି ଏକ ମାର୍ଗ ଦର୍ଶକର ଭୂମିକା ନିର୍ବାହ କରିପାରିବ ବୋଲି ମତ ପ୍ରକାଶ ପାଇଛି ।
ଉଲ୍ଲେଖଥାଉ କି, ଶ୍ରୀବେହୁରା ବିଭିନ୍ନ ଓଡ଼ିଆ ଦୈନିକ ଖବରକାଗଜରେ ଭୁବନେଶ୍ୱର ସାମ୍ବାଦିକ ଭାବେ କାର୍ଯ୍ୟ କରିଛନ୍ତି । ଏବେ ମଧ୍ୟ ଏକ ଖବରକାଗଜର ରାଜ୍ୟସ୍ତରୀୟ ସାମ୍ବାଦିକ ଭାବେ ସରକାରୀ ସିକୃତି ପାଇ କାର୍ଯ୍ୟ କରୁଛନ୍ତି । ସେହିପରି ସେ ସିନ୍ଧୁଜା ନାମକ ଏକ ମହିଳା ପତ୍ରିକାର ପରିଚାଳନା ନିର୍ଦେଶକ ଅଛନ୍ତି l ଶ୍ରୀବେହୁରା ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ ଲାଭ କରିଛନ୍ତି ।
No Result
View All Result