୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଛତିଆ :- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ ପଞ୍ଚାୟତର ଐତିହାସିକ ପୀଠ ଅମରାବତୀ ମେଳଣ ଆଜି ପୂଣ୍ଣିର୍ମା ଦିନ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି। ଶହ ଶହ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଦୋଳ ଯାତ୍ରା ବା ମେଳଣରେ ଆଖପାଖ ବିଭିନ୍ନ ଗ୍ରାମରୁ ୧୮ ଟି ବିମାନ ଅଂସଗ୍ରହଣ କରିଥାନ୍ତି।
ଝାଞ୍ଜ ମୃଦଙ୍ଗ ଓ ଘଣ୍ଟର ତାଳେ ତାଳେ ପଟୁଆରରେ ଆସି ବାଉଁଶର ପ୍ରସ୍ତୁତ ଅସ୍ଥାୟୀ ଆସ୍ଥାନରେ ବସିଥାନ୍ତି। ଏହାପରେ ମଠ ବା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଭୋଗ ଲଗାଯାଇଥାଏ। ଏହି ଅବସରରେ ଯାତ୍ରାରେ ବିଭିନ୍ନ ରକମର ଘର କରଣା ଜିନିଷ ସହିତ ଖାଦ୍ୟ ଦୋକାନ ଖୋଲିଥିଲା। ପିଲାଙ୍କ ପାଇଁ ଦୋଳି ପଡିଥିଲା।
ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଙ୍ଗମ ହୋଇଥିଲା। କମିଟି ପକ୍ଷରୁ ସ୍ଥାନୀୟ ସରପଞ୍ଚ ରମେଶ ପୃଷ୍ଟିଙ୍କ ସହିତ ବିପିନ୍ ବିଶ୍ବାଳ ପ୍ରମୁଖଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ବୈରୀ ଥନା ପୁଲିସ ସହିତ ଛତିଆ ବିଟ୍ ହାଉସ୍ ଅଧିକାରୀ ନାରାୟଣ ପ୍ରସାଦ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ମେନେ ଦାୟିତ୍ବରେ ରହିଥିଲେ।
ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ସମାହିତ ହୋଇଥିଲା ଛତିଆ ପ୍ରେସ କ୍ଲବ ପକ୍ଷରୁ ସମସ୍ତ ବିମାନରେ ବିଜେ ଠାକୁରଙ୍କ ନିକଟରେ ଭୋଗ ଅର୍ପଣ କରାଯାଇଥିଲା। ଏଠାରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

© 2023 Odisha Taza News.