No Result
View All Result
୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଘେରାରେ ରହିଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକର ଏକମାତ୍ର ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ । ନୂଆଗଡ଼ ଗ୍ରାମ ବ୍ଲକର ସଦର ମହକୁମା ହୋଇଥିଲେ ହେଁ ଏଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନ କରାଯାଇ ଉଭୟ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରରର କର୍ମଚାରୀଙ୍କ ଗମନାଗମନ ସୁବିଧା ଲାଗି ଖଜୁରୀପଦା ଠାରେ ସ୍ଥାପନ କରାଯାଇଛି। ଖଜୁରୀପଦା ଗ୍ରାମ ବ୍ଲକର ମୁଖ୍ୟ ଛକ ଏବଂ ଜାତୀୟ ରାଜପଥ ୩୨୬-ଏ ଅନ୍ତର୍ଗତରେ ରହିଛି । ଉଭୟଙ୍କ ସୁବିଧା ନିମନ୍ତେ ଖଜୁରୀପଦା ଠାରେ ରହିଥିଲେ ମଧ୍ୟ କର୍ମଚାରୀମାନଙ୍କ ମନମୁଖୀ କାରବାର ଯୋଗୁଁ ରୋଗୀ ହନ୍ତସନ୍ତ ହେବାସହ ଏହା ସଦା ସର୍ବଦା ଚର୍ଚ୍ଚାରେ ରହୁଛି ।
ଏଠାକୁ ସଠିକ ସମୟରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଆସୁନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ୨୪ଘଣ୍ଟା ମଧ୍ୟରେ ସକାଳ ୮ଘଣ୍ଟା ଠାରୁ ୨ଘଣ୍ଟା, ଅପରାହ୍ନ ୨ଘଣ୍ଟା ଠାରୁ ରାତ୍ର ୧୦ଘଣ୍ଟା ଏବଂ ରାତ୍ର ୧୦ଘଣ୍ଟା ଠାରୁ ସକାଳ ୮ଘଣ୍ଟା ସମୟ ପର୍ଯ୍ୟନ୍ତ ୩ଟି ସିଫ୍ଟରେ ରୁଟିନ ଅନୁଯାୟୀ ଡାକ୍ତର ଓ କର୍ମଚାରୀ ଆସିବା କଥା ସୂଚନା ଭଳକରେ ଲେଖା ଯାଇଛି । ହେଲେ ଏଠାରେ ସୂଚନା ଫଳକରେ ନାମ ଏବଂ ସମୟ ଲେଖା ଥିଲେ ମଧ୍ୟ କିଏ କେତେବେଳେ ଆସୁଛି ତାର କୌଣସି ନିର୍ଦ୍ଧିଷ୍ଟ ରହୁନାହିଁ । ପୂର୍ବ ଦିନର ଡାକ୍ତର ଏବଂ ଷ୍ଟାଫମାନଙ୍କ ନାମ ସକାଳ ପ୍ରାୟ ସାଢେ଼ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ସୂଚନା ଫଳକରେ ରହୁଛି।ସକାଳ ୮ଘଣ୍ଟା ସମୟରୁ ଷ୍ଟାଫ ଅଦଳ ବଦଳ ସମୟ ଥିଲେ ମଧ୍ୟ ସାଢେ଼ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ଆଟେଣ୍ଡେଣ୍ଟ ଏବଂ ସିକୁରିଟକୁ ଛାଡ଼ିଦେଲେ ଡାକ୍ତର ଏବଂ କର୍ମଚାରୀଙ୍କ ଦେଖାମିଲୁନି।
ଡାକ୍ତର ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସଠିକ ସମୟରେ ଆସୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। କେବେ କେବେ ପୂର୍ବ ଦିନର ସୂଚନା ଫଳକ ଦେଖି ଏ ସମ୍ପର୍କରେ ପଚାରିଲେ ଆଟେଣ୍ଡେଣ୍ଟ ଜଣକ ଷ୍ଟାଫ ସୂଚନା ଫଳକରେ ନାମଗୁଡିକୁ ବଦଳାଇ ଥାଏ। ଫାର୍ମାସିଷ୍ଟ ଜଣକ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଉପସ୍ଥିତ ରହିବା କଥା । ଠିକ ସମୟରେ ଫାର୍ମାସିଷ୍ଟ ଙ୍କ ଅନୁପସ୍ଥିତ ଯୋଗୁ ଆଟେଣ୍ଡେଣ୍ଟ ଔଷଧ ବିତରଣ କରୁଥିବା ନଜର ମିଳୁଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ଲକର ୧୯ ପଞ୍ଚାୟତର ୫୦ହଜାର ରୁ ଉର୍ଦ୍ଧ ଲୋକେ ନିର୍ଭର କରନ୍ତି। ଦୈନନ୍ଦିନ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରୁଟିନ ଅନୁଯାୟୀ ସଠିକ ସମୟରେ ଉପସ୍ଥିତ ରହୁନ ଥିବାରୁ । ପ୍ରାୟ ୧୫କିମି ଦୂରରେ ଥିବା ଆର୍.ଉଦୟଗିରି ବ୍ଲକ ସଦର ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ୪୫କିମି ଦୂରତାରେଥିବା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।
ଯହାକି ସମୟ ଅପଚୟ ସହ ଅଯଥା ଖର୍ଚ୍ଚ ସାଙ୍ଗକୁ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁମଖରେ ପଡୁଥିବାର ବହୁ ନଜିର ରହିଛି । ଏପରି ଦୂରାବସ୍ଥା ଯୋଗୁଁ ଏଠାରେ ରହୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀମାନେ ଡାକ୍ତର ଓ କର୍ମଚାରୀଙ୍କୁ ଖୋଜୁଥିବା ବେଳେ ବିଲମ୍ବରେ ଆସୁଥିବା ରୋଗୀ ଏବଂ ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଏଠାରେ ୧୨ ଜଣ ସ୍ଥାୟୀ ନିଯୁକ୍ତି ଡାକ୍ତର ରହିବା କଥା କିନ୍ତୁ ଏଠାରେ ୬ଜଣ କଟ୍ରାକଚୁଆଲ ଡାକ୍ତର ଅଛନ୍ତି। ଏଠାରେ ଗାଇନିକ, ମେଡ଼ିସିନ, ପେଡିଆଟିକ, ସର୍ଜରୀ, କିମ୍ବା ଡେଣ୍ଟାଲ ଡାକ୍ତର ଗୋଟିଏ ମଧ୍ୟ ନାହାନ୍ତି। କାମଚଳା ନିମନ୍ତେ କେବଳ ଅଛନ୍ତି ଠିକା ଡାକ୍ତର। ଫାର୍ମାସିଷ୍ଟ ଏକ ଜଣ, ଷ୍ଟାଫ ନର୍ସ ୨ଜଣ ଅଛନ୍ତି। ବିଭିନ୍ନ ସମୟରେ ଏହିଭଳି ଅଭିଯୋଗ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ବିଭିନ୍ନ ମହଲରେ ଘୋର ନିନ୍ଦା କରୁଥିବା ଜଣା ପଡ଼ିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ କରି ଗ୍ରାମାଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ଏହାସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ନିୟମାବଳୀ ପ୍ରଣୟନ କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଏଭଳି ମହତ୍ୱ ଉଦ୍ଦେଶ୍ୟକୁ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ଖାମଖିଆଲି ନିତୀ ଯୋଗୁଁ ସଫଳ ରୂପାୟନ ହୋଇପାରୁ ନଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏବିଷୟରେ ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦାଇତ୍ପରେ ଥିବା ଆର୍.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରିଣୀ ନିବେଦିତା ପଣ୍ଡା ଏଭଳି ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି ନ ହବ ଚେଷ୍ଟା କରିବୁ କହିଛନ୍ତି।
No Result
View All Result