No Result
View All Result
୦୭ ମାର୍ଚ୍ଚ ମଙ୍ଗଳବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ, ଖୋର୍ଦ୍ଧା ରୋଡ ଦ୍ଵାରା ମହିଳା କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ । ୮ ମାର୍ଚ୍ଚ ୨୦୨୩ ରେ ପାଳନ କରାଯିବାକୁ ଥିବା “ଆନ୍ତର୍ଜାତୀୟ ମହିଳା ଦିବସ” ଉପଲକ୍ଷେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡ ଦ୍ଵାରା ଡିଭିଜନଲ ରେଲୱେ ହସ୍ପିଟାଲରେ ମହିଳା କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜନ କରାଯାଇଛି । ଖୋର୍ଦ୍ଧାରୋଡ ମଣ୍ଡଳର ୭୫ ମହିଳା କର୍ମଚାରୀଙ୍କୁ “ପାପ୍ ସ୍ମିଅର ଟେଷ୍ଟ” କରାଯାଇଥିଲା.ପାପ୍ ସ୍ମିଅର ଟେଷ୍ଟ ମହିଳା ମାନଙ୍କ ଠାରେ “ଗର୍ଭାଶୟ କର୍କଟ”ର ଶୀଘ୍ର ଚିହ୍ନଟ କରିବାରେ ଏବଂ ଶୀଘ୍ର ଚିକିତ୍ସା ପାଇଁ ଅଧିକ ସୁଯୋଗ ଦେଇଥାଏ । ସ୍ୱାସ୍ଥ୍ୟ ଚେକଅପ୍ କାର୍ଯ୍ୟକ୍ରମକୁ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ ଅଲ୍ଟିମେଟ ହସ୍ପିଟାଲର ଦୁଇଜଣ ବିଶିଷ୍ଟ ଡାକ୍ତର ଡକ୍ଟର ପ୍ରିୟା ପ୍ରିୟଦର୍ଶିନୀ ମେଡିକାଲ ଅଙ୍କୋଲୋଜିଷ୍ଟ ଏବଂ ଡକ୍ଟର ଚିରା ରଂଜନ ଖଡଙ୍ଗା,
ରେଡିଏସନ୍ ଅଙ୍କୋଲୋଜିଷ୍ଟ, ଗର୍ଭାଶୟ କର୍କଟ ରୋଗ ଏବଂ ବିଭିନ୍ନ ପ୍ରକାରର କର୍କଟ ରୋଗ ବିଷୟରେ ବକ୍ତୃତା ପ୍ରଦାନ କରିଛନ୍ତି । ପରେ ଖୋର୍ଦ୍ଧାରୋଡ ମଣ୍ଡଳର ସ୍ୱୀକୃତିପ୍ରାପ୍ତ ଟ୍ରେଡ ୟୁନିଅନ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିର ଏବଂ ହାଡର ଘନତା ପରୀକ୍ଷଣରେ ପୂର୍ବତଟ ମହିଳା କଲ୍ୟାଣ ସଂଗଠନ ଖୋର୍ଦ୍ଧାରୋଡ଼ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ସଚିବ,ଶ୍ରୀମତି ପଲ୍ଲଭି ଚୌହାନ ଏବଂ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।
No Result
View All Result