୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ :- ରାୟଗଡ ବ୍ଲକ ସଦ୍ ଭାବନା ଗୃହ ଠାରେ ଆଜି ପଞ୍ଚାୟତରାଜ ଓ ଲୋକ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ଳକ୍ ଅଧ୍ୟକ୍ଷା ପୂର୍ଣବାସି ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି,ବିଡିଓ ସୁଧୀର କୁମାର ସିଂ, ଏ ବିଡିଓ ପିତାମ୍ବର ବେହେରା,କାର୍ଯୟନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଜୁ ବାବୁଙ୍କ ଫଟୋ ରେ ପୁଷ୍ପ ମାଳ ଦେଇ ଥିଲେ। ପରେ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ,ସମସ୍ତ ବିଭାଗୀୟ କର୍ମଚାରୀ ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବିଭାଗୀୟ କର୍ମଚାରି ମାନେ ସରକାର ଙ୍କ ବିଭିନ୍ନ ଯୋଜନା ର ସଫଳତାର ବିଷୟ ଗୁଡ଼ିକୁ ଦର୍ଶାଇ ଥିଲେ। ପି ଆର ଆଈ ସଭ୍ୟ ମାନେ ବିଜୁ ବାବୁଙ୍କ ଜୀବନ ଉପରେ ଆଲୋଚନା କରିଥିଲେ। ପେଶା ସଂଯୋଜକ ଶ୍ରୀଧର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।