No Result
View All Result
୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବଙ୍କ ନିର୍ଦେଶରେ ତାଙ୍କ ଧର୍ମପତ୍ନୀ ଓ ଖୋର୍ଦ୍ଧା ଜିଲ୍ଲା ସୁସଙ୍ଗଠିକା ସ୍ଵାଗତିକା ଜଗଦେବଙ୍କ ସଭାପତିତ୍ବରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 107 ତମ ଜୟନ୍ତୀ ବାଲୁଗାଁ ସ୍ଥିତ କ୍ରିଷ୍ଣା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି lଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ନାଥ ମାନସିଂହ , ମୁଖ୍ୟ ବ୍ୟକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ସଂମ୍ମାନିତ ଅତିଥି ଭାବେ ବିଜୁ ଜନତାଦଳର ଉପସଭାପତି ପ୍ରଭାସ ସୁନ୍ଦରାୟ, ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ,
ଉପାଧ୍ୟାକ୍ଷ ଭଗବାନ ପ୍ରଧାନ,ସଭାପତି ଜୟନ୍ତ ସ୍ୱାଇଁ, ସାଂସଦ ପ୍ରତିନିଧି ଅକ୍ଷୟ ରଣସିଂହ,ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପପ୍ରଜ୍ବଳନ କରିଥିଲେ l ଅତିଥି ମାନେ ଅଭିଭାଷଣରେ ବିଜୁ ବାବୁଙ୍କ ଆଦର୍ଶ ଓ ଜୀବନୀ ଉପରେ ଆଲୋକପାତ କରିବା ସହ ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମସ୍ତ ଜନସାଧାରଣଙ୍କ ପାଖରେ କିପରି ପହଞ୍ଚି ପାରିବ ,ମହିଳା ମାନଙ୍କର ସଶକ୍ତି କରଣ ଓ ଉର୍ନତି ,ତୃଣମୂଳ ସ୍ତରରୁ ସଂଗଠନକୁ କିପରି ମଜଭୁତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ l ଉକ୍ତ ସଭାରେ ବାଣପୁର ବ୍ଲକର ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l
ଏହି ସମାରୋହରେ ଜିଲ୍ଲା ପରିଷଦ, କା ଉସିଲର,ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧି,ପଞ୍ଚାୟତ ସଭାପତି, ତଥା ତୃଣ ମୂଳ ସ୍ତରରଏକ ହଜାରରୁ ଉର୍ଦ୍ଧ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ l
No Result
View All Result