୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବଙ୍କ ନିର୍ଦେଶରେ ତାଙ୍କ ଧର୍ମପତ୍ନୀ ଓ ଖୋର୍ଦ୍ଧା ଜିଲ୍ଲା ସୁସଙ୍ଗଠିକା ସ୍ଵାଗତିକା ଜଗଦେବଙ୍କ ସଭାପତିତ୍ବରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 107 ତମ ଜୟନ୍ତୀ ବାଲୁଗାଁ ସ୍ଥିତ କ୍ରିଷ୍ଣା ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି l
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଦେବେନ୍ଦ୍ର ନାଥ ମାନସିଂହ , ମୁଖ୍ୟ ବ୍ୟକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ସଂମ୍ମାନିତ ଅତିଥି ଭାବେ ବିଜୁ ଜନତାଦଳର ଉପସଭାପତି ପ୍ରଭାସ ସୁନ୍ଦରାୟ, ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ,
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମସ୍ତ ଜନସାଧାରଣଙ୍କ ପାଖରେ କିପରି ପହଞ୍ଚି ପାରିବ ,ମହିଳା ମାନଙ୍କର ସଶକ୍ତି କରଣ ଓ ଉର୍ନତି ,ତୃଣମୂଳ ସ୍ତରରୁ ସଂଗଠନକୁ କିପରି ମଜଭୁତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇ ଥିଲେ l ଉକ୍ତ ସଭାରେ ବାଣପୁର ବ୍ଲକର ବିଧାୟକ ପ୍ରତିନିଧି ମନୋଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l

© 2023 Odisha Taza News.