୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ଅନ୍ତରବା କନ୍ୟାଶ୍ରମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ୧୧ ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଶୁକ୍ରବାର ପୁଣି ୬ ଜଣ ଅନ୍ତେବାସୀ ଟୁନି ପାଇକ, ଲବଲୀ ଶବର, ସସ୍ମିତା ଦଳବେହେରା, ବିଷ୍ଣିପ୍ରିୟା ଦଳଇ, ପ୍ରିତା ମାଝୀ, ଅନିତା ମଣ୍ଡଳ, ଆକ୍ରାନ୍ତ ହୋଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ହୋଇଛନ୍ତି । ମିଳିଥିବା ସୁଚନା ପ୍ରକାରେ ଗତ ମଙ୍ଗଳବାର ବିଦ୍ୟାଳୟରେ ବାଷିକ ଉତ୍ସବ ପାଳନ କରାଯାଇଥିଲା ଏବଂ ଭୋଜିଭାତର ଆୟୋଜନ ହୋଇଥିଲା । ବଳକା ବାସୀ ଖାଦ୍ୟକୁ ତାରବାସୀ କନ୍ୟାଶ୍ରମ ଅନ୍ତେବାସୀ ଖାଇଥିଲେ ।
ପରେ କିଛି ସମୟ ମଧ୍ୟରେ ଧୀରେ ଧୀରେ ଛାତ୍ରୀମାନେ ଅସୁସ୍ଥ ହୋଇ ପଡିଥିଲେ । ଏହାପରେ ଛାତ୍ରୀଙ୍କୁ ଝାଡାବାନ୍ତି ହୋଇଥିଲା । ଗୁରୁବାର ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହେବାପରେ ସେମାନଙ୍କ ମଧ୍ୟ ୬ ଜଣ ଗୁରୁତ୍ବର ହୋଇଥିଲେ । କନ୍ୟାଶ୍ରମ ମଧ୍ୟରେ ଚିକିତ୍ସା କରିବା ପରେ ବିଦ୍ୟାଳୟ କତ୍ତୃପକ୍ଷ କୌଣସି ସୁଫଳ ନପାଇ ମୋହନା ସ୍ବାସ୍ଥ୍ୟ ବିଭାଗ ସହାୟତାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥା ଛାତ୍ରୀଙ୍କୁ ଭର୍ତି କରିଥିଲେ ।
ବତ୍ତମାନ ୧୨ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବା ବେଳେ ମୋହନା ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଟିମ୍ କନ୍ୟାଶ୍ରମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି । ଅଖାଦ୍ୟ ଝାଡାବାନ୍ତିର କାରଣ ବୋଲି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ ଡାକ୍ତର ଗୋପାଳ କୃଷ୍ଣ ସାହୁ ସୁଚନା ଦେଇଛନ୍ତି । ଅନ୍ୟପଟେ କନ୍ୟାଶ୍ରମର ପାନୀୟ ଜଳକୁ ମଧ୍ୟ ପରିକ୍ଷା ପାଇଁ ପଠାଯାଇଛି । ଘଟଣା ଉପରେ ନଜର ରଖାଯାଉଛି । ଶୀଘ୍ର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନମିତା ପଣ୍ଡା ସୁଚନା ଦେଇଛନ୍ତି ।

© 2023 Odisha Taza News.