ମିଳିଥିବା ସୂଚନା ମୁତାବକ, ବସଟି ଦହିଗାରୁ ବରଯାତ୍ରୀ ଧରି ବେଲପଡ଼ା ସର୍ଗୀଗୁଡ଼ା ଯାଉଥିବାବେଳେ ଖପ୍ରାଖୋଲ ମାଲପଡ଼ାଗ୍ରାମର ଜଣେ ଯୁବକ ତାଙ୍କ ଭଉଣୀର ବାହାଘର ସାମଗ୍ରୀ ଦେଇ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ବସରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବସକୁ ପାଟଣାଗଡ଼ ଥାନାକୁ ଆଣି ଚାଳକକୁ ଅଟକ ରଖି ପୁଲିସ ଅଧିକ ପଚରାଉଚୁରା କରି ଆଜି ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
© 2023 Odisha Taza News.