No Result
View All Result
୦୩ ମାର୍ଚ୍ଚ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୂଆଗଡ ବିଡ଼ିଓ ଲୋକନାଥ ଶବର ଆଜି ତଥା ଗୁରୁବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୁର୍ବରୁ ସେ ବରଗଡ଼ ଜିଲ୍ଲା ଝାଡବନ୍ଧ ଠାରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ । ଲୋକନାଥ ଙ୍କ ପୁର୍ବରୁ ନୂଆଗଡ ବ୍ଲକ୍ ବିଡ଼ିଓ ଥିବା ଲବନ୍ୟେନ୍ଦୁ ମହାନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ କୁ ବଦଳି ହୋଇଛନ୍ତି ।
ମହାନ୍ତି ଙ୍କ ପରେ ନୂଆଗଡ ବ୍ଲକ୍ ବିଡିଓ ଭାବେ ଗୁମା ବ୍ଲକ୍ ବିଡିଓ ଅନୁପ ଅଭିଷେକ ବେହେରା ଦାୟିତ୍ଵ ତୁଲାଇଥିଲେ । ଲୋକନାଥ ଶବର ଦାୟିତ୍ଵ ନେଲାପରେ ବ୍ଲକ୍ ର ଉନ୍ନତି ସହ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବ ତାହାକୁ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ଦାୟିତ୍ଵ ଗ୍ରହଣ ପରେ ଅଭିନନ୍ଦନ ନିମନ୍ତେ ଅଞ୍ଚଳ ବାସି ଙ୍କ ସୁଅ ଛୁଟିଛି ।
No Result
View All Result