ଅଟୋରେ ବସିଥିବା ନବରଙ୍ଗପୁର ଜିଲ୍ଲା କଶଗୁମୁଡ଼ା ଥାନା ଅନ୍ତର୍ଗତ ଶିରୀଶିଆଗୁଡା ଗ୍ରାମର ସିନ୍ଧୁ ଭତ୍ରା (୪୦) ଓ ସେହି ଗ୍ରାମର ଲକି ଚନ୍ଦ୍ର ସବତ୍ରା (୪୫) ଗୁରୁତର ଆହତ ହୋଇଛନ୍ତି l ଏଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚନ୍ଦ୍ରଗିରି ଡାକ୍ତର ସ୍ଥାନାନ୍ତରିତ କରିଛନ୍ତି। ଆହତମାନେ ହେଲେ ବାଇକ ଚାଳକ ମୋହନା ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମର ବୈକୁଣ୍ଠ ଦଳବେହେରା(୨୫) ଓ ନବରଙ୍ଗପୁର ଜିଲ୍ଲା କଶଗୁମୁଡ଼ା ଥାନା ଅନ୍ତର୍ଗତ ଶିରୀଶିଆଗୁଡା ଗ୍ରାମର ଚିତୁବତ୍ରା (୧୮), ଚୈତନ୍ୟ ସବତ୍ରା (୪୫), କେଶବ ସବତ୍ରା (୨୩) | ୪ ଜଣ ଆହତ ବ୍ୟକ୍ତିଙ୍କୁ ଚନ୍ଦ୍ରଗିରି ମେଡିକାଲକୁ ପଠାଯାଇ ଚିକିତ୍ସିତ ହେଉଛନ୍ତି l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି l
© 2023 Odisha Taza News.