ଓଡିଶା ତାଜା ନ୍ୟୁଜ୍ (୧୪ ଜୁନ୍ ରବିବାର ) ନୟାଗଡ :- ଓଡ଼ିଆ ପର୍ବ, ପର୍ବାଣି, ସାହିତ୍ୟ, ସଂସ୍କୃତି, ପ୍ରଥା, ପରମ୍ପରାର ପେଣ୍ଠସ୍ତଳୀ ହେଲା ନୟାଗଡ । ଏହାର ସୁବର୍ଣ୍ଣମୟ ଗାରିମା, ଐତିହାସିକ ପୃଷ୍ଠଭୂମି ବେଶ ସ୍ବର୍ଣ୍ଣାଭ । ଯେତେ ଯାନୀ ଯାତ୍ରା, ଉତ୍ସାବ ସବୁ ଏଠି ପାଳନ କରିବାର ନିଆରା ଅନୁଭବ ଆଣେ । ହେଲେ ଏ କରୋନା ମହାମାରୀ ଯେମିତି ଏଥିରେ ଏଠାରେ ରୋକ ଲଗାଇଛି । ସବୁ ବର୍ଷ ରଜରେ ଗହଳଚହଳ, ପିଠାପଣା, କିଶୋର କିଶୋରୀ ଏପରିକି ଆବାଳବୃଦ୍ଧବନିତା ଖିଲି ପାନ ଖାଇ ମଉଜ ମସ୍ତି ରେ ସମଗ୍ର ପରିବେଶକୁ ହସମୟ, ଆନନ୍ଦମୟ,ଉଲ୍ଲାସମୟ କରି ଦେଇଥାଏ । ମାତ୍ର ଏ ବର୍ଷ ଚାରି ଆଡେ ଶୂନସାନର ରାଜୁତି, ଖାଁଖାଁ ।
ଦୋଳିର କେଁକଟର ଶବ୍ଦ ସାତ ସପନ । ଅକସ୍ମାତ କେଉଁଠି ହେଲେ ଦୋଳି ଖେଳ କି ତାସ ଖେଳ ଆଦୌ ଦୃଶ୍ୟ ଗୋଚର ହେଉ ନାହିଁ । ସତେ ଯେମିତି ରଜ ପର୍ବକୁ ଆମଠୁ କେହି ଛଡାଇ ନେଇଛି । ଖାସ କରୋନା ମହାମାରୀର ତାଣ୍ଡବ ପାଇଁ ଆମର ଏ ଅବସ୍ଥା । ଆମର ଧର୍ଯ୍ୟ, ସହିବା ଶକ୍ତିର ପରୀକ୍ଷା ଚାଲିଛି । ଅମେ ବି ମାନିଛେ ମାନିବା ମଧ୍ୟ । ଆଇନକୁ ସମ୍ମାନ ଦେବା ମଧ୍ୟ ଆମର କର୍ତ୍ତବ୍ୟ । ଏଇଥି ପାଇଁ ଆମ ଧର୍ଯ୍ୟ ଆଗରେ, ଆମ ଅବିଶ୍ରାନ୍ତ ଯୁଦ୍ଧରେ କରୋନା ଅବଶ୍ୟ ହାରିବ ଆଉ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମ ମାଟି ମା ଆଉଥରେ ହସିବ, ଚଳଚଳଚଂଚଳ ହେବ ଆମ ଅଞ୍ଚଳ ପୁଣି ଆସିବ ରଜ ଫେରେ ଚାଲିବ ମଉଜ ମସ୍ତି ।
ଅସନ୍ତୁନା ପବିତ୍ର ପହିଲି ରଜ ରେ ମନଦୁଃଖ ନକରି ଘରେ ରହିବା ସୁସ୍ଥ ରହିବା ନୀତିକୁ ଆପଣେଇ କରୋନା ମହାମାରୀକୁ ଦୁରେଇ ଆର ରଜରେ ମଉଜ ପାଇଁ ବାଟକୁ ପରିଷ୍କାର କରିବାକୁ ଯାଇ ମାସ୍କ ପିନ୍ଧିବା, ସାମାଜିକଦୂରତ୍ୱକୁ ଆପଣେଇବା ଆଉ ହାତକୁ ବାରମ୍ବାର ଧୋଇବା ନାରା କୁ ବାସ୍ତବରେ କାର୍ଯ୍ୟକ୍ଷମ କରି ନବ ଜୀବନ ଲାଭ ପୂର୍ବକ ଆଉ ଗୋଟିଏ ଆନନ୍ଦ ରଜ ପାଳନ ଆର ବର୍ଷ ପାଳନ ପାଇଁ ବଜ୍ର ଶପଥ ଆଜିର ଦିନରେ ନେବା । (ନୟାଗଡ ଜିଲ୍ଲା /ରିପୋର୍ଟ – ରାମକୃଷ୍ଣ ରଥ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com