ସେହି ଦୃଷ୍ଟିରୁ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର. ଉଦୟଗିରି ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବର୍ତ୍ତମାନର ଆର. ଉଦୟଗିରି ବ୍ଲକର ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ ଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଦଳୀୟ ଜିଲ୍ଲା ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି।ଶ୍ରୀ ଦାସ ସଭାପତି ହେବା ପରେ ଆଜି ମୋହନା ବ୍ଲକର ଶତାଧିକ କର୍ମୀ ସ୍ୱାଗତ କରିବାସହ ଦଳ ଆହୁରି ମଜବୁତ ହେବା ସଙ୍ଗେ ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା ଟାଣ କରିବୁ ବୋଲି କର୍ମୀ ଆନନ୍ଦର ସହ ପ୍ରକାଶ କରିଛନ୍ତି।
ନିଜ ପ୍ରତିକ୍ରିୟାରେ ଶ୍ରୀ ଦାସ ପ୍ରକାଶ କରିଛନ୍ତି କି ମୁଖ୍ୟମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ ଘରେ ଘରେ ପହଞ୍ଚାଇବା ସହ ବିଜେଡିକୁ ଉପରକୁ ନେବାକୁ ଚେଷ୍ଟା କରିବା ସହ ଗରିବଙ୍କ ନିକଟକୁ ସରକାରଙ୍କ ଯୋଜନା ଗୁଡିକୁ ପହଞ୍ଚାଇବୁ।ଆଜି ଜିଲ୍ଲା ସଭାପତି ହେବାପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ,
ରାଜ୍ୟ ସଂଗଠକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ କୃତଜ୍ଞତାଜଣାଇବା ସହ ଦଳୀୟ ନିୟମ ମାନି ଜିଲ୍ଲାରେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ପ୍ରକାଶ କରିବା ସଙ୍ଗେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ କର୍ମୀଙ୍କ ସହଯୋଗ କାମନା କରିଛନ୍ତି।
© 2023 Odisha Taza News.