No Result
View All Result
୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଲାଗଡ଼ ଠାରେ ଏକ ଶୈବ ପିଠର ଉଦଘାଟଟନୀ କାର୍ଯ୍ୟ କ୍ରମରେ ମାନ୍ୟବର ଜିଲ୍ଲାପାଳ ଗଜପତି ଲିଙ୍ଗରାଜ ପଣ୍ଡା, ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଶୁଭାରମ୍ଭ କରିଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାସରଥି ଗମାଙ୍ଗ, ଉପଜିଲ୍ଲାପାଳ ପ୍ରଦୀପ ନାୟକ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପ୍ରକଳ୍ପ ଅଧିକାରୀ ରୋମାଞ୍ଚଳ ଖମାରୀ ,ଛେଳିଗଡ଼ ଜଳସେଚନ ପ୍ରକଳ୍ପ ର ମୁଖ୍ୟ ଯନ୍ତ୍ରୀ ଇଂ,ନଗେନ୍ଦ୍ର ମହାରଣା, ଉପଖଣ୍ଡ ଆରଖି ଅଧିକାରୀ ଦିଲ୍ଲୀପ ନାୟକ, ରା,ଉଦୟଗିରି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍, ସମିତି ଅଧ୍ୟକ୍ଷଲକ୍ଷ୍ମୀ ନାରାୟଣଶବର,ସମିତି ଉପାଧ୍ୟକ୍ଷ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୋହନା ସମିତି ଅଧ୍ୟକ୍ଷରଞ୍ଜିବ ଶବର ,
ତଥା ସମସ୍ତ ୧୭ ଗୋଟି ବ୍ଲକ ର ସରପଞ୍ଚ, ସମସ୍ତ ସମିତି ସଭ୍ୟ ସଭ୍ୟା ତଥା ୧୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ଜମୁନା ଦଳବେହେରା,୧୨ନମ୍ବର ଜୋନର ଦଣ୍ଡପାଣି ବଡ଼ମୁଣ୍ଡୀ ,ରା, ଉଦୟଗିରି ତହସିଲଦାର, ଆତ୍ମା ଅଧ୍ୟକ୍ଷ ଭୀମ ପାଇକ ,ତଥା ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ବୁଦ୍ଧିଜୀବୀ, ତଥା ସମସ୍ତ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ, ପଞ୍ଚାୟତର ପ୍ରତ୍ୟେକ ୱ।ଡ଼ ସଭ୍ୟା, ସଭ୍ୟ, ଉପସ୍ଥିତ ରହିବା ସହ କାର୍ଯ୍ୟ ଆରମ୍ଭ ରୁ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀ ଙ୍କୁ ଯୋଗା ଯୋଗ କରି କାର୍ଯ୍ୟ ସମ୍ପାଦନ କରିବାର ପ୍ରମୁଖ ଭୁମିକା ଗ୍ରହଣ କରିଥିବା ମୋହନା ନିର୍ବାଚନ ମଣ୍ଡଳୀ ର ବିଶିଷ୍ଟ ସମାଜସେବୀ ଜଗବନ୍ଧୁ ଦାସ ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟ ରେ ଜିଲ୍ଲାପାଳ ଭୁମି ହୀନ ୫୨ଜଣ ହିତାଧିକାରୀଙ୍କୁ ଜମି ପଟା ବଣ୍ଟନ କରିବା ସହ,ଜିଲ୍ଲା ପଶୁ ସଂପଦ ବିଭାଗ ଅଧିକାରୀ ଙ୍କ ଦ୍ୱାରା ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଛେଳିପାଳନ ତଥା ଗୋ-ସୁଗମ ଯୋଜନା ରେ ରୁଣ ପ୍ରଦାନ କରିଛନ୍ତି ।
ଏବଂ ଏଥିସହ ମନ୍ଦିର ପାଦଦେଶରେ ଏକ ନୁତନ ଭାବରେ ପାର୍କ ର ଭୂମି ପୁଜନ ମଧ୍ୟ କରିଛନ୍ତି । ମଞ୍ଚାସୀନ ଅତିଥି ମାନେ ସେହି ପାର୍କ ର ନା ମାନ୍ୟବର ଜିଲ୍ଲାପାଳ ଙ୍କ ନାମାଙ୍କନ ସହ ଜଡ଼ିତ ଥିବା ରୁ ତାକୁ ଲିଙ୍ଗରାଜ ପାର୍କ ବୋଲି ନାମିତ କଲେ ।ଛେଲାଗଡ଼ ଗ୍ରାମ ଟି ବିଭିନ୍ନ ଐତିହାସିକ କିମ୍ବଦନ୍ତୀ ର ନଜିର ରହିଥିବା ରୁ ଗଜପତି ଜିଲ୍ଲାପାଳ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବ ମନ୍ଦିର, ଶ୍ରୀ ମା ମାଣିକେଶ୍ୱରୀ ମନ୍ଦିର ବୁଲି ଦେଖିଛନ୍ତି । ତତ୍ ସହିତ ଆଗାମୀ ମେ ମାସରେ ମନ୍ଦିର ପ୍ରତିଷ୍ଠା ଉସ୍ଚବ ହେବାକୁ ଥିବା ବେଳେ ଧୁମଧାମରେ ତଥା ଶାନ୍ତି ଶୃଙ୍ଖଳା ରେ ପାଳନ କରିବାକୁ ଅଞ୍ଚଳ ବାସି,ତଥା ଗ୍ରାମବାସିଙ୍କୁ ନିବେଦନ କରିଛନ୍ତି । ପ୍ରଶାସନ ମଧ୍ୟ ଏଥିରେ ସାହାଯ୍ୟ ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି ।ଏହା ଶୁଣି ଅଞ୍ଚଳବାସିଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।
No Result
View All Result