୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଚଙ୍ଗରିଆ ପଞ୍ଚାୟତ ଦୁନ୍ଦେଲ ରୁ କୁଶାବାହାଲି ,ଗଏଲପିଟା ,ଲୁହାଖାନ ,ଖୁଣ୍ଟଣାପାଣି ଆଦି ରାସ୍ତା ଗୁଡ଼ିକର ଉନ୍ନତିକରଣ କାମ ରେ ଟଙ୍କା ଆତ୍ମସାତ ହେଇଥିବା ନେଇ ଦୁନ୍ଦେଲ ଗ୍ରାମବାସୀ ଉପଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ କରିଛନ୍ତି । ଦୁନ୍ଦେଲ ଗ୍ରାମବାସୀ ଙ୍କ ଅଭିଯୋଗ ମୁତାବକ ୨୦୨୦/୨୧ ଆର୍ଥିକ ବର୍ଷରେ ମାହାତ୍ମ ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଦୁନ୍ଦେଲ ରୁ କୁଶାବାହାଲି ଗଏଲପିଟା ଲୁହାଖାନ ଖୁଣ୍ଟଣାପାଣି ଆଦି ରାସ୍ତା ର ଉନ୍ନତି କରଣ ,ଗାଡୱ।ଳ ଓ ମେଟାଲ କାମ ୧୦ ଲକ୍ଷ ଟଙ୍କା ର ଅନୁଦାନ ରାଶି ମଞ୍ଜୁର ହୋଇଥିଲା । ଚଙ୍ଗରିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉକ୍ତ କାମ ର ତଦାରଖ କରୁଥିଲେ । ଏହି ସବୁ ରାସ୍ତା ଗୁଡିକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଆରଏସ କିଛି ଜବକାଡ ଧାରୀ ଶ୍ରମିକମାନଙ୍କୁ ନିୟୋଜିତ କରି ମାଟି ପକାଇ ମୁରୁମ ବିଚ୍ଛାଇ ରାସ୍ତା କାମ ସାରି ଦେଇଥିବା ଅଭିଯୋଗ ହେଉଛି ।
ଉକ୍ତ ରାସ୍ତା ଗୁଡିକରେ ମେଟାଲିଙ୍ଗ କାମ ସହ ସ୍ଥାନେ ସ୍ଥାନେ ଗାଡୱ।ଳ କାମ ହେବାପାଇଁ ସୂଚନା ଫଳକ ରେ ରହିଛି । ହେଲେ ମେଟାଲ ଓ ଗାଡୱ।ଳ କାମ ନକରି ଉକ୍ତ କାମ ର ଟଙ୍କା ଉଠାଣ କରାଯାଇ ଆତ୍ମସାତ କରାଯାଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଯାହାକୁ ନେଇ ଗ୍ରାମବାସୀ ର ୱ।ଡମେମ୍ବର ଅଗସ୍ତି ଧରୁଆ ସମେତ ଜଗବନ୍ଧୁ ପ୍ରଧାନ , ଉତ୍ତମ ପ୍ରଧାନ ,ସଂଜୟ ପ୍ରଧାନ , ପବିତ୍ର ପ୍ରଧାନ ପ୍ରମୁଖ ପ୍ରଥମେ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । କୌଣସି ସୁଫଳ ନ ପାଇବାରୁ ଉପଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଚଙ୍ଗରିଆ କାର୍ଯ୍ୟ ନିର୍ବାହ ଅଧିକାରୀ ରାଧେଶ୍ୟାମ ମେହେରଙ୍କୁ ପଚାରିବାରୁ ଏହି କାମ ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସଫେଇ ଦେଇଥିଲେ । ଏଥିପ୍ରତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
© 2023 Odisha Taza News.