୨୮ ଫେବୃଆରୀ ମଙ୍ଗଳବାର (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଲକ୍ ଜିଆଇଇଟି ବିଶ୍ବବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟ କ୍ରମ କଳାକାର ଶ୍ରୀ-ମଣ୍ଟୁ ଚୁରିଆ ଆସିବ କହି ତାହାଙ୍କ କଳା ସଂଙ୍ଗୀତ ପାଇଁ ଦର୍ଶକଙ୍କ ଭିଳ ଦେଖିବାକୁ ପାଇପାରିଛୁ । ଏହି ଅବସରରେ ଗାଡି ଯାହାନ ବାହାନ ଚଳାଚଳ 2/3 କିଲୋମିଟର ବ୍ୟବଦାନରେ ଅଚଳ ରାସ୍ତା ରୋକ ହେବା ଜଣା ପଡୁଛି ।
ଗୁଣପୁର ଠାରୁ ପାରଳାଖେମୁଣ୍ଡି ଯାତ୍ରା କରୁଥିବା ବସ୍,ଟ୍ରକ୍,ଦୁଇ ଚକିଆ,ଚାରି ଚକିଆ,ଆମ୍ବୁଲେନ୍ସ୍ ଗାଡିଗୁଡିକ ଯିବା ଆସିବା ପ୍ରବଳ ଭିଳ ଯୋଗୁଁ ରାସ୍ତା ରୋକ ହୋଇ ପଡିଛି । ଯେଉଁ ଫଳରେ କି ଜରୁରୀ କାଳୀନ ଆମ୍ବୁଲେନ୍ସ୍ ରାସ୍ତା ମଝିରେ ରହିଯାଇଛି । ଏହି ପରି ପରିସ୍ଥିତିରେ ପୋଲିସ୍ ପ୍ରଶାସନ ଅଣ-ଦେଖା ହୋଇଥିବାର ରାସ୍ତା ରୋକ ଜାମ୍ ହେବାର ଏହି ଦୃଶ୍ୟ ଦେଖିବାକୁ ପାଇପାରିଛୁ ।

© 2023 Odisha Taza News.