ଆଧୁନିକତାର ସ୍ପର୍ଶ ଯୋଗୁଁ ବିଶେଷ କରି ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ପୁରାଣ ପାଠ ଆଦି ଲୋପ ପାଇବାରେ ବସିଲାଣି ଯଦଦ୍ଵାରା କି ଧିରେ ଧିରେ ଭାରତୀୟ ଆଧ୍ୟାତ୍ମିକ ସାଂସ୍କୃତିକ ଲୋପ ପାଇବାକୁ ବସିଲାଣି ଏଣୁ ଏହାକୁ ବଞ୍ଚାଇରଖିବାକୁ ଏଭଳି ଧାର୍ମିକ କାର୍ଯ୍ୟକ୍ରମ ମାନ କରିବାକୁ ତାଙ୍କ ବକ୍ତବ୍ୟରେ ଶ୍ରୀବିଶି ଯୁବ ପିଢ଼ିଙ୍କୁ ଆହ୍ୱାନ କରିଥିଲେ । ଏହି ଧାର୍ମିକ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
୨୪ ପ୍ରହର ନାମ ଯଜ୍ଞ ,ଭଗବତ ପାଠ ସହ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସମାରୋହ, ଦଣ୍ଡ ନୃତ୍ୟ , କଂସ ଦରବାର ,ମିନାବଜାର , ଅପେରା ଆଦି କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ ପୁଅ ସୁବ୍ରତ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମନ୍ଦିର ନିର୍ମାଣ ସହ ବାପା ଘନଶ୍ୟାମ ମେହେର ଏବଂ ମାଆ ରାଜକୁମାରୀ ମେହେର ପୂଜା କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ପ୍ରତ୍ୟହ ଦିନ ଶତାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଥିବା ବେଳେ । ଗ୍ରାମବାସୀ ମାନେ ସମ୍ପୂର୍ଣ ସହଯୋଗ କରୁଛନ୍ତି ।
© 2023 Odisha Taza News.