୨୬ ଫେବୃଆରୀ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ରଣପୁର NAC :- ନୟାଗଡ ଜିଲ୍ଲା ରଣପୁର NAC ରେ ଆଜି ସମାଜସେବୀ ତଥା ରଣପୁର ସୁଆଁସିଆ ସାହି ବିଦ୍ୟାଳୟ ଶିକ୍ଷା କମିଟି ର ପୂର୍ବତନ ସଭାପତି ସନ୍ତୋଷ କୁମାର ସାହୁ ଙ୍କ ଉଦ୍ୟମରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି l ଏଥିରେ କଟକ J.p.m rotary club eye hospital & research institute ର ଚକ୍ଷୁ ଚିକିଶ୍ଛକ ମାନେ ଯୋଗଦେଇଥିଲେ l
ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ରଙ୍ଗୀନ ମହାନ୍ତି ଉକ୍ତ ଶିବିରରେ ୫୦ ଜଣ ଚକ୍ଷୁରୋଗୀ ଚକ୍ଷୁ ପରୀକ୍ଷା କରାଇଥିଲେ ଓ ୧୦ ଜଣ ଗୁରୁତର ଚକ୍ଷୁ ରୋଗୀ ଙ୍କୁ ମାଗଣାରେ ଅସ୍ତ୍ରୋପ୍ରଚାର ପାଇଁ ନିଆଯାଇଛି l
ଶିବିରରେ ସହଯୋଗ କରିଥିଲେ ପୂର୍ବତନ ନଗର ସଭାପତି ସ୍ୱରାଜ ମହାନ୍ତି, ସମାଜସେବୀ ରାଜକିଶୋର ପଟ୍ଟନାୟକ, ସମାଜସେବୀ ସୁଶାନ୍ତ କୁମାର ମିଶ୍ର, ରଣପୁର ବିଦ୍ୟୁତ ବିଭାଗ ଅଧିକାରୀ ସୁବ୍ରତ କୁମାର ସାହୁ ଓ ରବିନାରାୟଣ ପ୍ରଧାନ l ନିକଟ ଭବିଷ୍ୟତ ରେ ଅନ୍ୟ ଏକ ଶିବିର ଆୟୋଜନ କରାଯିବାପାଇଁ ମଧ୍ୟ ନିଷ୍ପତି ନିଆଯାଇଛି l














