୨୫ ଫେବୃଆରୀ,ଶନିବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆମେ ନୁହେଁ ଏକା ଅନୁଷ୍ଠାନ ଆନୁକୂଲ୍ୟରେ ତିନିଜଣ ଗରିବ ବ୍ରାହ୍ମଣ ପରିବାର ର ବାଳକ ଙ୍କୁ ବ୍ରତପନୟନ କରାଯାଇଛି । ପୁରୀ, ରଣପୁର, ବ୍ରହ୍ମପୁର ର ଏହି ତିନି ବାଳକଙ୍କୁ ସମସ୍ତ ରୀତିନୀତି ଅନୁସାରେ ପୁରୁଣା ଭୁବନେଶ୍ୱର ମା ଦୁନ୍ଦିଆ ଠାକୁରାଣୀ ପୀଠ ରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ବୈକୁଣ୍ଠ ଭୋଇ, ମାନି ପଣ୍ଡା, ଟୁଲିଆ ଭାଇନା, ରୁଦ୍ର ସାମନ୍ତରାୟ, ଶୈଳଭାମା ଦାସ, ଚୁଲିଆ ସାହୁ, ପ୍ରଫୁଲ୍ଲ ସାହୁ ଓ ସାମାଜିକ କର୍ମୀ ମାନେ ସହଯୋଗ କରିଥିଲେ । ଏହି ମହାନ କାର୍ଯ୍ୟକୁ ପରିଚାଳନା କରିଥିଲେ ଯୁବ ସମାଜସେବୀ ସଞ୍ଜୟ ପରିଡା ।