୨୩ ତାରିଖରେ ଅଧିବାସ ସହିତ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି ନାମଯଜ୍ଞ ଭଜନ ନିତାଇ ଗୌର ରାଧେଶ୍ୟାମ ଜପ ହରେକୃଷ୍ଣ ହରେରାମ । ନାମ ପ୍ରେମରେ ବିଭୋର ତିନି ପାଟଣା ଇଛାନଗରପାଟଣା, ଅମରାବତୀ ପାଟଣା ଓ ନୟାପାଟଣା। ଘରେଘରେ କୁଣିଆ ମିତ୍ରଙ୍କ ଭିଡ। ଆଜି ହେଉଛି ଅନ୍ତିମ ଦିବସ। ଆସନ୍ତା କାଲି ନଗରର କୀର୍ତ୍ତନ ।
ଏହି ଅବସରରେ ପ୍ରତି ଦିନ ଦିନ ଠାରୁ ରାତିରେ ଅଧିକ ଜନ ସମାଙ୍ଗମ ହେଉଛି। ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୀର୍ତ୍ତନ ମଣ୍ଡଳୀ ମାନେ ଭିନ୍ନ ଭିନ୍ନ ଶୈଳୀରେ ନାମ କରୁଥିବା ସହିତ ସେମାନଙ୍କ ଅଙ୍ଗଭଙ୍ଗୀ ଲୋକଙ୍କୁ ଆକର୍ଷିତ କରୁଛି। ବିଶେଷକରି ମହିଳା ମାନେ ନିଜ ଘରକାମ ସାରି ଏଠାକୁ ଆସୁଥିବା କାରଣରୁ ମାତୃ ଦ୍ବିଗୁଣିତ କରୁଛି ମୟ ପରିବେଶ । କୁଞ୍ଜର ସାଜ ସଜ୍ଜା ସହିତ ଦେବା ଦେବୀଙ୍କ ମୁର୍ତ୍ତୀ ଲୋକଙ୍କ ମନରେ ଧର୍ମୀୟ ଭାବନା ସୃଷ୍ଟି କରୁଛି । ଚତୁର୍ଦ୍ଦିଗରେ ତୋରଣ ସହିତ ଆଲୋକମାଳାରେ ଝଲସୁଛି ଗ୍ରାମ ।
© 2023 Odisha Taza News.