୨୩ ଫେବୃଆରୀ ,ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ୧୯୦୫ ଫେବୃୟାରୀ ୨୩ ରେ ଜନ୍ମଲାଭ କରିଥିବା ରୋଟାରୀ ଇଣ୍ଟରନ୍ୟାସନାଲ ର ୧୧୮ ତମ ଜନ୍ମବାର୍ଷିକୀ ରୋଟାରୀ କ୍ଲବ ନୟାଗଡ଼ରେ ପାଳିତ ହୋଇଯାଇଛି । ରୋଟାରୀ କ୍ଳବ୍ ର ସଭାପତି ପ୍ରବୀର କୁମାର ପୃଷ୍ଟି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ନୟାଗଡ଼ ବ୍ଲକର ଉନ୍ନୟନ ଅଧିକାରୀ ଶ୍ରୀ ପଦ୍ମଚରଣ ସାହୁ ଯୋଗ ଦେଇଥିଲେ ।
ରୋଟାରୀ କ୍ଲବ ସଦସ୍ୟ ଶ୍ରୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉପସ୍ଥିତ ଅତିଥିମାନଙ୍କୁ ରୋଟାରୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ ଅତିଥି ମାନେ ରୋଟାରୀ କ୍ଲବ ର ବିଭିନ୍ନ ଜନହିତକର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ ପ୍ରତି ଥିବା ଦାୟୀତ୍ବ କୁ ରୋଟାରୀ କ୍ଳବ୍ ନିଷ୍ଠାର ସହିତ ପୁରଣ କରିବି ବୋଲି ଆଶା ବ୍ୟକ୍ତ କରିଥିଲେ ।
ଉକ୍ତ ସଭାରେ ରୋଟାରୀ କ୍ଲବ ର ସମସ୍ତ ସଦସ୍ୟଙ୍କ ସହିତ ନୟାଗଡ଼ ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଆଜିର ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରୋଟାରୀ ତରଫରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଆୟୋଜନ କରାଯାଇଥିଲା । ସଭା ପରିଶେଷରେ ରୋଟାରିଆନ ସନ୍ତୋଷ ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।













