No Result
View All Result
୨୩ ଫେବୃଆରୀ ,ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀଦଳନେତା,ଦକ୍ଷ ରାଜନେତା,ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୪୮ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଭାଗର ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ବିଧାୟକ କଲୋନୀସ୍ଥିତ ମହାରାଜାଙ୍କପ୍ରତିମୂର୍ତ୍ତିସ୍ଥଳୀରେ ବିଶିଷ୍ଟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ,ଶିକ୍ଷାବିତ ନିରଞ୍ଜନ ପଣ୍ଡା,ଡଃ. ମିହିର ପଟ୍ଟନାୟକ, ନରେନ ସାହୁ,ଉଇ ଫର ଭୁବନେଶ୍ୱର ଅନୁଷ୍ଠାନର ସଭ୍ୟବୃନ୍ଦ,ଜୟ ଓଡ଼ିଶା ଅନୁଷ୍ଠାନର ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ସରୋଜିନୀ ମିଶ୍ର,ସଂଯୁକ୍ତା ମିଶ୍ର,ଅନୁପମା ବେହେରା,ପ୍ରଗତି ରଥ,ସତ୍ୟବ୍ରତ ଜେନା ପ୍ରମୁଖ ଯୋଗ ଦେଇ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନିଜ ନିଜର ବକ୍ତବ୍ୟରେମହାରାଜାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷାବିତ୍ କାମଦେବ ମହାପାତ୍ର କବିତା ପାଠ କରିଥିବା ବେଳେ ଏହି ଅବସରରେ ୯ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।
No Result
View All Result