No Result
View All Result
ନିଷ୍ଠା ବଳରେ ଅର୍ଥନୀତି ବିଭାଗରେ ଟପ୍ପର ହୋଇ ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଝିଅ ନୁହେଁ ସେ ରତ୍ନ ଟିଏ ସ୍ଵୟଂପ୍ରଭା ବେହେରା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳି ଗ୍ରାମ ର ସତ୍ୟବାଦୀ ବେହେରା ଓ ଜୟନ୍ତୀ ବେହେରା ଙ୍କ ଝିଅ ସ୍ଵୟଂପ୍ରଭା ବେହେରା କଠିନ ଅଧ୍ୟବସାୟ,ନିଷ୍ଠା ବଳରେ ଅର୍ଥନୀତି ବିଭାଗରେ ଟପ୍ପର ହୋଇ ନୟାଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ରମାଦେବୀ ମହିଳା ମହାବିଦ୍ୟାଳୟର ସମବାର୍ତ୍ତନ ଉତ୍ସବ ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଠାରୁ ସ୍ଵୟଂପ୍ରଭା ଗୋଲ୍ଡ ମେଡାଲ ସହ ବୃତିଦାନ ପାଇଛନ୍ତି।ସ୍ଵୟଂ ପ୍ରଭା କୁ ଛୁଟିଛି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ।ସ୍ଵୟଂପ୍ରଭା ହେଉଛନ୍ତି ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଚାହାଳି ଜନଶକ୍ତି ହାଇସ୍କୁଲ ର ୨୦୧୫ ବ୍ୟାଚ ମାଟ୍ରିକ ଛାତ୍ରୀ।

No Result
View All Result