ତ୍ରିବେଣୀ ସଙ୍ଗମ ରେ ସେବାକାର୍ଯ୍ୟରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମାକ୍ସ ବଣ୍ଟନ, ପ୍ରାଥମିକ ଚିକିତ୍ସା ସେବା ଯୋଗାଇଥିଲେ । ଏହି ଜାତୀୟ ସ୍ତରୀୟ କ୍ୟାମ୍ପରେ ଓଡିଶାରୁ ୧୦ଜଣ ଯୋଗଦାନକରି ଟେଣ୍ଟରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ରହି ଚିକିତ୍ସା ସେବା ଯୋଗାଇଥିଲେ । ଶ୍ରୀଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ସ୍ଵେଚ୍ଛାସେବୀ ମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ପ୍ରୟାଗ ରାଜ ର ସ୍ଥାନୀୟ ଲୋକେ ପ୍ରଶାସନ ଓ ପୋଲିସ ବିଭାଗର କର୍ମଚାରୀ ।
ସେଣ୍ଟଜୋନ ର କମାଣ୍ଡର ଶ୍ରୀ ଲାଲା ଅନନ୍ତ କୁମାର ସିଂହ ଗୋଟିଏ ଭକ୍ତ ଙ୍କ ମନି ପସ୍ ପାଇଁ ପୋଲିସ ଷ୍ଟସନରେ ଦେଇଥିଲେ ସେଥିରେ ଥିବା ଟଙ୍କା ୮୨୦ ଟଙ୍କା କୁ ପୋଲିସ ଗ୍ରହଣ କରି ଭକ୍ତ ଙ୍କୁ ଫେରାଇ ଥିଲେ ଯାହାକୁ ନେଇ ଶ୍ରୀ ଲାଲା ଅନନ୍ତ ସିଂହ ଏବଂ ସମସ୍ତ ସଦସ୍ୟଙ୍କୁ ପ୍ଳଶଂସା କରିଥିଲେ ପୋଲିସ କର୍ମଚାରୀ ।
ପୁରୀ ଜିଲ୍ଲାର ସେଣ୍ଟଜୋନ ଆମ୍ବୁଲାନ୍ସ ର ସହ ସମ୍ପାଦକ ଶ୍ରୀଯୁକ୍ତ ମଧୁସୂଦନ ମିଶ୍ର ତତ୍ତ୍ଵାବଧାନରେ ପୁରୀ ରୁ ୫ଜଣ ସେବାକାର ଯାଇଥିଲେ ପ୍ରୟାଗରାଜ । କମାଣ୍ଡର ଶ୍ରୀଯୁକ୍ତ ଲାଲ ଅନନ୍ତ କୁମାର ସିଂହ ସହ ଯୋଗରେ ,ବିଗ୍ରେଡ ର ମେମ୍ବର ଅଜୟ କୁମାର ପ୍ରଧାନ,ଜି .ବାପି ,ବିକ୍ରମ ବେହେରା ,ରମାକାନ୍ତ ଜେନା, ଭୁବନେଶ୍ୱର ରୁ ଡିଭିଜନ କମାଣ୍ଡର ସନ୍ତୋଷ କୁମାର ପଞ୍ଚୁଆତି,
ବିଗ୍ରେଡ ମେମ୍ବର ସୂର୍ଯ୍ୟ ନାରାୟଣ ମହାରଣା,ପଦ୍ମନାଭ ମହାପାତ୍ର,ହିମାଂଶୁ ନାୟକ,ନିରୋଦ କୁମାର ଭୂୟାଁ, ତ୍ରିବେଣୀ ସଙ୍ଗମ ରେ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ । ଏବଂ ସ୍ଵଚ୍ଛା ସେବୀ ମାନଙ୍କୁ ଯଯାତି କେଶରୀ ନାୟକ,ରାଜକିସ୍ୱର୍ ମହାପାତ୍ର,ନିର୍ମଳ ପ୍ରଧାନ,ଭୀମସେନ ସାହୁ, ରବି କୁମାର ପ୍ରମୁଖ ସ୍ବାଗତ କରିଥିଲେ ।

© 2023 Odisha Taza News.