୦୯ ଫେବୃଆରୀ ,ଗୁରୁବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ପାଟଣାଗଡ଼ ରାମପୁର ସ୍ଥିତ ହିରୋହୁଣ୍ଡା ବାଇକ୍ ସୋରୋମ ପାଖରେ ଏକ ନୂତନ ଏଚ୍ଡ଼ିଏଫ୍ସି ବ୍ୟାଙ୍କ ଶୁଭ ଉଦ୍ଘାଟିତ ହୋଇଯାଇଛି । ପାଟଣାଗଡ଼ ବିଡ଼ିଓ ସୁମନ୍ତ କୁମ୍ଭାର ମୂଖ୍ୟ ଅତିଥି ଊ ଯୋଗୂ ଫିତା କାଟିବା ସହ ଦୀପ ପ୍ରଜ୍ୱଳନ କରି ଶୁଭ, ଉଦ୍ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲାର ସର୍ବୋମୋଟ ୬ ଗୋଟି ଶାଖା ଅଛି ବୋଲି କ୍ଲଷ୍ଟର ମୁଖ୍ୟ ଅଂଶୁମାନ ଭୁଜବଲ ସୂଚନା ଦେଇଛନ୍ତି ।
ପ୍ରଥମେ ପାଟଣାଗଡ଼ ବ୍ୟାଙ୍କର ପରିଚାଳକ ସନ୍ଦୀପ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି କହିଛନ୍ତି ଯେ, ଏହି ବ୍ୟାଙ୍କ ଆପଣଙ୍କର । ଏହି ବ୍ୟାଙ୍କରେ ଗ୍ରାହକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସହ ଲକର ସୁବିଧା ଓ ସମସ୍ତ ପ୍ରକାର ଋଣ ଦିଆଯିବ ବୋଲି ମୂଖ୍ୟ ପରିଚାଳକ ସୂଚନା ଦେଇଛନ୍ତି । ଏହି ଉତ୍ସବରେ ବଣିକ ସଙ୍ଘ, ଗଣମାଧ୍ୟମର ପ୍ରତିନିଧି ସମେତ ଅନ୍ୟ ମାନେ ଉପସ୍ଥିତ ।

© 2023 Odisha Taza News.