No Result
View All Result
୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଓଡିଶା ରାଜ୍ୟରେ ଥିବା ବାସଠି ପ୍ରକାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ୧୬୯ ଅଂଶ, ବଂଶ,ଗୋଷ୍ଠୀ ଯଥା ସଅର,ତlମlଡ଼ିଆ,ଭଞ୍ଜପୁରାଣ,କଳଙ୍ଗା,ପହଁରିଆ,ଝୋଡ଼ିଆ,ମାଙ୍କିଡିଆ, ଦୁରୁଆ, ଚୁକଟିଆ ଭୁଞ୍ଜିଆ,ପାଉଡି ଭୁଞ୍ଜିଆ,ଅ ମାନଟିଆ,ବେଲଦାର ଗଣ୍ଡ,ବୁଡୁ କନ୍ଧ,ବୁଢ଼ା କନ୍ଧ, ଭୋକତା,ବୋଡା ଶବର,ବୋଇ ଗଦବା,ବାରେଙ୍ଗା ଝୋଡ଼ିଆ,ପରଜା,ଚେରେଙ୍ଗା କୋଲ୍ହ,ଚପୁଅ କମାର,ଏରେଙ୍ଗା ମୁଣ୍ଡା,ଏରେଙ୍ଗା କୋଲ୍ହ,ଗୁମ୍ଫା କୋୟା,ଯୋଡ଼ିଆ କନ୍ଧ,କନୱାର,ଖଣ୍ଡାୟତ ଭୂୟାଁ,କନ୍ଧିଆ,କୋରା,ନାଗେଶ୍ୱର,ନlଗବନସି ମୁଣ୍ଡା,ଓଲେରା ଗଦବା,ପୁରାଣ,ପାହାଡି ଖରିଆ,ସାନ ଗଦବା,ନାକାସିଆ,ଭୂଇଁହାର,ପ୍ରମୁଖ ଛାଡ଼ିହୋଇଥିବା ଆଦିବାସୀ ସମ୍ପ୍ରଦାୟ ର ଗୋଷ୍ଠୀ କୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ଓଡିଶା ର ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି l
ସମ୍ବିଧାନ ପ୍ରଦତ୍ତ ଅଧିକାର ରୁ ଉକ୍ତ ଆଦିବାସୀ ଗୋଷ୍ଠୀ ବଞ୍ଚିତ ହେଉଛନ୍ତି l ଶିକ୍ଷା,ସାମାଜିକ, ଅର୍ଥନୈତିକ, ରାଜନୈତିକ ଅଧିକାର ରୁ ଏହି ଆଦିବାସୀ ମାନଙ୍କୁ ବିକଶିତ କରିବାକୁ ହେଲେ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଦ୍ଵିତୀୟ ରେ ଓଡିଶା ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ,କେନ୍ଦୁପତ୍ର ବନ୍ଧାଳୀ,ବିଡି ଶ୍ରମିକ, ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଓଡିଶା ସରକାର କେନ୍ଦୁପତ୍ର ଲାଭଂଶ ରୁ ବୋନସ,ଛାତ୍ରବୃତ୍ତି,ବିବାହ ସହାୟତା,ପ୍ରୋତ୍ସାହନ ରାଶି,ମୃତ୍ୟୁ କାଳିନ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଅଛନ୍ତି l
ଆଦିବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ 2006 ଅନୁସାରେ ଆଦିବାସୀ ମାନେ କେନ୍ଦୁପତ୍ର ଏବଂ ସଂଗ୍ରହ ବିକ୍ରୟ କରିବା ଅଧିକାର ହାସଲ କରିଛନ୍ତି l କେନ୍ଦ୍ର ସରକାର ତୁରନ୍ତ ଅଠର ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବୀ କରିସାରିଛନ୍ତି l ଅତଏବ କେନ୍ଦୁପତ୍ର ରୁ ଜିଏସଟି ପ୍ରତ୍ୟାହାର କଲେ ଓଡିଶା ରାଜ୍ୟ ର ଆଦିବାସୀ ବିଶେଷ ଲାଭlନ୍ୱିତ ହୋଇପାରିବେ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l ତୃତୀୟ ରେ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ ଯେ ଆଦିବାସୀ ଭାଷା ହୋ,ଭୂମିଜ, ମୁଣ୍ଡାରୀ କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ସାମିଲ କରାଯାଉ l
ଓଡିଶା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟ ର ଲୋକ ମାନଙ୍କ ଶିକ୍ଷା ସଂସ୍କୃତି କୁ ଦୃଷ୍ଟି ରେ ରଖି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ନିଜ ମାତୃଭାଷା ରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ. କେନ୍ଦ୍ର ସରକାର ଆଦିବାସୀ ଭାଷା ସଂସ୍କୃତି କୁ ଅବହେଳା କରୁଛନ୍ତି l ଯାହାଦ୍ୱାରା ଆଦିବାସୀ ବିକାଶ ବାଧାପ୍ରାପ୍ତ ହେଉଛି l ହୋ,ଭୂମିଜ,ମୁଣ୍ଡାରୀ ଭାଷା କୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କଲେ ଉକ୍ତ ସମ୍ପ୍ରଦାୟ ର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ l ସାଂସଦ ଶ୍ରୀ ବିଶି ଆହୁରି କହିଥିଲେ ଯେ ଓଡିଶା ର ଆଦିବାସୀ ମାନଙ୍କ ବିକାଶ ପାଇଁ ତତ୍କାଳୀନ କେନ୍ଦ୍ର ସରକାର ଆଦିବାସୀ ଉପ ଯୋଜନା (ଟ୍ରାଇବlଲ ସବ ପ୍ଲାନ ) ଅନୁସୂଚିତ ଜାତି ଙ୍କ ବିକାଶ (ଏସ.ସି.ଏସ.ପି ) ଅନୁସୂଚିତ ଜାତି ଉପ ଯୋଜନା ଏବଂ ଅବିଭକ୍ତ କଳାହାଣ୍ଡି ବଲାଙ୍ଗିର କୋରାପୁଟ ର ବିକାଶ ପାଇଁ (କେବିକେ) ଯୋଜନା କରିଥିଲେ l ଉକ୍ତ ଯୋଜନା କୁ ବର୍ତମାନ ର ସରକାର ବନ୍ଦ କରିଦେଇଛନ୍ତି l ତେଣୁ ତୁରନ୍ତ ଉକ୍ତ ଯୋଜନା ଗୁଡିକୁ କେନ୍ଦ୍ର ସରକାର ଲାଗୁ କରି ପାଣ୍ଠି ପ୍ରଦାନ କରିବାକୁ ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l

No Result
View All Result