ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର ସଂପାଦକ ଦାମୋଦର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ସମାବେଶର ଉଦ୍ଦେଶ୍ଯ ଜ୍ଞାପନ କରିବା ସହିତ ଏହି ସମର୍ପଣ ଗୃହର ପରିକଳ୍ପନା କରିଥିବା ତଥା ମାର୍ଗଦର୍ଶନ କରୁଥିବା ମାନ୍ଯବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । “ସମର୍ପଣ”ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ଆୟବ୍ୟୟ ବିବରଣୀ ପାଠ କରିବା ସହିତ ଉପର ମହଲାରେ ପ୍ରସ୍ତୁତ ହେଉଥିବା ୪୦ଟି ବେଡ୍ ର ଖର୍ଚ୍ଚ ବିଷୟରେ ଏକ ବଜେଟ ଉପସ୍ଥାପନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସାହୁ ସମର୍ପଣ ଗୃହର ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷଙ୍କୁ ଅଶେଷ ଧନ୍ଯବାଦ ପ୍ରଦାନ କରିବା ସହିତ ପ୍ରତିଦିନ ରୋଷେଇ ପାଇଁ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘ ଓ ପ୍ରତ୍ଯେକ ଦିନ ଅନ୍ତେବାସୀ ମାନଙ୍କୁ ଆକ୍ଯୁପ୍ରେସର ସେବା ଯୋଗାଉଥିବା ଭାସ୍କର ଚନ୍ଦ୍ର ସାହୁଙ୍କୁ କ୍ରୁତଜ୍ଞତା ଜ୍ଞାପନ କରିଥିଲେ । ଏହି ଆଶ୍ରମ ପରିସରରେ ପ୍ଳେ ସ୍କୁଲ,ପରିବା ବଗିଚା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାରେ ଏହାକୁ ସର୍ବଶ୍ରେଷ୍ଠ ଜରାଶ୍ରମ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ଦାନ ଓ ସହଯୋଗ ରହୁ ବୋଲି ଅନୁରୋଧ କରିଥିଲେ ।
ସମର୍ପଣର ଅଭିବୃଦ୍ଧି ନିମିତ୍ତ ଉପସ୍ଥିତ ବଦାନ୍ଯବ୍ଯକ୍ତି ମାନେ ଅନେକ ପ୍ରସ୍ତାବ ଦେଇଥିଲା ବେଳେ ପରିଚାଳନା କମିଟିର ସଦସ୍ଯ ସତ୍ଯ ନାରାୟଣ ମହାପାତ୍ର, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମ୍ଯାନେଜର ସୀତାରାମ ପ୍ରଧାନ ସମେତ ସମସ୍ତ ସଦସ୍ଯ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ଯକ୍ରମରେ ରୋଟାରୀ କ୍ଲବ ର ସଦସ୍ଯ ମାନଙ୍କ ସହିତ ବହୁ ଶିକ୍ଷାବିତ୍,ସମାଜସେବୀ,ବ୍ଯବସାୟୀ ଓ ସମାଜସେବୀ ଉପସ୍ଥିତ ଥିଲେ ।

© 2023 Odisha Taza News.