୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ପବିତ୍ର ମାଘ ସପ୍ତମୀ ଉପଲକ୍ଷେ, ଶ୍ରୀ ବିହାର, ନୟାଗଡ଼ ବାସିନ୍ଦା ଖୁବ୍ ଧୁମ୍ ଧାମ ର ସହିତ କଲୋନୀ ବାସିନ୍ଦା ମାନଙ୍କ ମଧ୍ୟରେ ମିଳନ ପର୍ବ ପାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଡାକ୍ତର ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ, ନୟାଗଡ଼ ଏବଂ ଅଧ୍ୟକ୍ଷା ନଗର ପାଳ, ଦସ, ଏଗାର ଓ ବାର ନମ୍ବର ୱାର୍ଡ ର କାଉନସିଲର ମାନେ ଯୋଗ ଦେଇ ଥିଲେ । କଲୋନୀ ସହରାଞ୍ଚଳ ରେ ଥାଇ ମଧ୍ୟ ଗ୍ରାମୀଣ ପରମ୍ପରା ଓ ଭାଇଚାରା କୁ ଅକ୍ଷୁର୍ଣ୍ଣ ରଖିଥିବାରୁ ବିଧାୟକ ପ୍ରଶଂସା କରିଥିଲେ ।
ଅନେକ ଅବ୍ୟବସ୍ଥା ରେ ଥାଇ ମଧ୍ୟ ନିଜ ନିଜର ଇଚ୍ଛା ଶକ୍ତି ବଳରେ ଆମେ କିପରି ଏକ ସୁସ୍ଥ ବାତାବରଣ ରେ ରହି ପାରିବା ଏଥି ନିମନ୍ତେ କଲୋନୀ ବାସିନ୍ଦାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । କଲୋନୀ ରେ ସମସ୍ତେ ଉଚ୍ଚ ଶିକ୍ଷିତ ଏବଂ ସାଧାରଣ ଜୀବନ ଯାପନ ଅନ୍ୟ ୱାର୍ଡ ମାନଙ୍କ ପାଇଁ ଏକ ଉଦାହରଣ ବୋଲି ବ୍ଲକ ଅଧକ୍ଷ କିଶୋର ସାହୁ କହିଥିଲେ । ଆସନ୍ତା କାଲି କଲୋନୀ ରେ ଆଲୋକି କରଣ କରିବାକୁ ମୁନିଶିପାଲିଟୀ ଅଧ୍ୟକ୍ଷା ପ୍ରତିଶୁତି ଦେଇଥିଲେ ।
ପି ଡବ୍ଲୁ ଡି ଦ୍ଵାରା ରାସ୍ତା କାର୍ଯ୍ୟ ଯଥାଶୀଘ୍ର ନିର୍ମାଣ କରାଯିବ ବୋଲି ବିଧାୟକ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ସହିତ ନିୟମିତ ସମ୍ପର୍କ ରେ ଥିବାର ଦର୍ଶାଇଥିଲେ । ଶେଷରେ କଲୋନୀ ସଭାପତି ଲକ୍ଷ୍ମୀଧର ବାବୁ ଧନ୍ୟବାଦ୍ ଅର୍ପଣ କରି ଥିଲେ । ଏହି ପର୍ବ ର ପ୍ରଚ୍ଛଦ ପଟ ରେ ରଶ୍ମି ଭାଇନା, ପାଣିଗ୍ରାହୀ ବାବୁ, ମିଶ୍ର ବାବୁ, ବିଜୁ ବାବୁଙ୍କ ଏବଂ ସମସ୍ତ ବାସିନ୍ଦା ମାନଙ୍କୁ ଆଡଭାଇଜର ସୌଦାମିନୀ ଅପା ଖୁବ୍ ପ୍ରଶଂସା କରିଥିଲେ । ସମସ୍ତେ ଏକ ଉଚ୍ଚ କୋଟୀର ଭୋଜିରେ ଆପ୍ୟାୟିତ ହୋଇଥିଲେ ।














