ତଥାପି କୌଣସି କାରଣ ବସତ ସ୍ବାମୀ ନରେଶ ମଣ୍ଡଳ ଆର୍.ଉଦୟ ଗିରି ଥାନା ଅନ୍ତର୍ଗତ ଘୋଡ଼ାକୋଣ ଗ୍ରାମର ସନ୍ତମଣି ସାୟାଙ୍କୁ ଦ୍ଵିତୀୟ ସ୍ତ୍ରୀ ହିସାବରେ ୨୦୧୯ ସାଲରେ ନିଜ ବାସ ଗୃହକୁ ଆଣିଛନ୍ତି । ମୋର ସ୍ବାମୀ ଦ୍ଵିତୀୟ ସ୍ତ୍ରୀ ରଖିବାର ୨ବର୍ଷ ପରେ ଦ୍ଵିତୀୟ ସ୍ତ୍ରୀ ର ପ୍ରଲୋଚନରେ ପଡ଼ି ଦୁହେଁ ମିଶି ମତେ ଏବଂ ଜନ୍ମ କରିଥିବା ୨ଟି ନାବାଳିକା ଶିଶୁ କନ୍ୟାଙ୍କୁ ମାନସିକ,ଶାରୀରିକ,ଆର୍ଥିକ ଭାବେ ବର୍ଷ ବର୍ଷ ତମାମ ନିର୍ଯାତନା ଦେବାସହ ଉଭୟଙ୍କୁ ମାରିଦେବାକୁ ଷଡଯନ୍ତ୍ର କରୁଥିବା ଏବଂ ୨୦୨୨ ସାଲରେ ମୁଁ ୨ମାସର ଗର୍ଭ ଥିବା ସମୟରେ ସ୍ୱାସ୍ଥ୍ୟର ଦୁର୍ବଳ ଅବସ୍ଥାର ସୁଯୋଗ ନେଇ ମୋର ଗର୍ଭ ପିଣ୍ଡକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଔଷଧ ଦେଇ ନଷ୍ଟ କରିବା ସହିତ ଶରୀରକୁ ଆକ୍ରମଣ କରି କ୍ଷତ ବିକ୍ଷତ କରିଥିବାର ଅଲେଖ ରହିଛି ।
ସ୍ୱାମୀ ଏବଂ ସଉତୁଣୀ ମିଶି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବାରୁ ଏହା ସହିନ ପାରି ୨ଟି ସନ୍ତାନକୁ ନେଇଁ ୩୧ଡିସେମ୍ବର ୨୦୨୨ ସାଲରେ ନିଜ ବାପାଙ୍କ ଘର ମାଣିକ ପୁର ଗ୍ରାମ ଠାରେ ରହୁଥିବା ମଧ୍ୟ ଉଲ୍ଲେଖ ରହିଛି । ଏହି ଭଳି ନିର୍ଯାତିତ ହେଉଥିବା ମହିଳା ମାମି ମଣ୍ଡଳ ସ୍ଥାନୀୟ ଖଜୁରୀପଦା ଫାଣ୍ଡିରେ ଲିଖିତ ଅଭିଯୋଗ କଲାପରେ । ଲିଖିତ ପ୍ରକାରେ ସେରଙ୍ଗ ଥାନା କେସ ନମ୍ବର ୫/୨୩ ଦଫା ୪୯୮(ଏ)/୩୨୩/୪୯୪/୩୧୩/୫୦୬/୩୪ ଆଇପିସି ରୁଜୁ କରି ଏହାର ତଦନ୍ତ କରୁଥିବା ଖଜୁରୀପଦା ଫାଣ୍ଡି ଅଧିକାରୀ ଡି.ଗଜପତି ଦୋରା ସୂଚନା ଦେଇଛନ୍ତି ।

© 2023 Odisha Taza News.