No Result
View All Result
୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), CPIM ରଣପୁର ଆଞ୍ଚଳିକ କମିଟି ତରଫରୁ ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଧାରଣା ଅନୁଷ୍ଠିତ ହୋଇଥିଲା।ରଣପୁର ଆଞ୍ଚଳିକ କମିଟି ର ସମ୍ପାଦକ ନିତ୍ୟାନନ୍ଦ ପରିଡା,ସୁରେଶ ସ୍ବାଇଁ,କ୍ଷେତମୁଳିଆ ନେତା ଦୁଃଶାସନ ଜେନା,ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ ,ସୁଶୀଲ ମହାନ୍ତି,ରଜତ ଜେନା,ନିରଞ୍ଜନ ରାଉତ , କୁଳମଣି ପଲେଇ ଓ ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ଦେଇ ସରକାରଙ୍କ ମଣ୍ଡି ଖୋଲି ଧାନ କିଣିବା ରେ ଅହେତୁକ ବିଳମ୍ବ ଏବଂ ପ୍ରଶାସନ ନୀରବତା କୁ ତୀବ୍ର ସମାଲୋଚନା କରିଥିଲେ ।
ଚଳିତ ବର୍ଷ ଧାନ ଫସଲ ଅମଳ କରି ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଚାଷୀ ଅଭାବୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି।ତେଣୁ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ରଣପୁର ଅଞ୍ଚଳ ରେ ତୁରନ୍ତ ମଣ୍ଡି ଖୋଲି ଧାନ କ୍ୱିଣ୍ଟାଲ ପିଛା ୩୦୦୦ଟଙ୍କା ସହାୟକ ମୂଲ୍ୟ,ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୫୦୦ଟଙ୍କା ବୋନସ,ଧାନର ଅଭାବୀ ବିକ୍ରି ବନ୍ଦ, ଧାନ କ୍ରୟରେ ଦଳାଲି ଙ୍କୁ ଜବତ କରିବା ଓ ଚାଷୀଙ୍କ ବକେୟା ଗଜା ଧାନ ର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ଦାବୀ କରିଥିଲେ। ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏଥିପାଇଁ ପାଇଁ ବିଳମ୍ବ କଲେ ଆନ୍ଦୋଳନ ତୀଵ୍ରତ୍ତର ହେବ ବୋଲି ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି।ପରିଶେଷରେ ଏକ ଦାବୀ ପତ୍ର ଅତିରିକ୍ତ ତହସିଲଦାର କେଶବ ଚନ୍ଦ୍ର ବିଶ୍ୱାଳ ପ୍ରଶାସନ ତରଫରୁ ଗ୍ରହଣ କରିଥିଲେ। ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ ପାଇଁ ନିବେଦନ ।

No Result
View All Result