ଏହି ଅବସରରେ ଶିଶୁ କନ୍ୟା ମାନଙ୍କର ବିଭିନ୍ନ ଅଧିକାର ତଥା ସେମାନଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା ପାଇଁ ସଚେତନତା ଯାତ୍ରା ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହିଭଳି ବିଦ୍ୟାଳୟ ଓ ଶିଶୁ ସଂଘ ରେ ଶିକ୍ଷା ର ଗୁରୁତ୍ତ୍ଵ ଏବଂ ଶିକ୍ଷା ର ମାନ ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା ।
ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ସଦସ୍ୟ ଓ ଶିକ୍ଷକ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ୱାଇ. ସି. ଡ଼ି. ଏ., ବେଲପଡା ର ରୁଦ୍ର ବଗର୍ତ୍ତି, ବିଳାସିନୀ ପାତ୍ର, ଉର୍ବଶୀ ପଧାନ, ବିନୋଦିନୀ କାଲସାଇ ଓ ଅପରାଜିତା ଗୋସ୍ୱାମୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଯୋଗେଶ୍ଵର ପ୍ରଧାନ ସହୋଯୋଗ କରିଥିଲେ ।

© 2023 Odisha Taza News.