No Result
View All Result
୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ଆଜି ଜାନୁଆରୀ ୨୩ ନେତାଜୀ ସୁବାଷ ବୋଷ ଙ୍କ ୧୨୭ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ରଣପୁର ସହିଦ ରଘୁଦିବାକର ଭବନ ଠାରେ ଶ୍ରମିକ ସଂଗଠନ ସି ଆଇ ଟି ୟୁ ତରଫରୁ ସାଥୀ ସବ୍ୟସାଚୀ ସେନାପତିଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି।୭୪ ବର୍ଷ ସ୍ବାଧୀନତା ପରେ ଆଜି ଭାରତ ର ପ୍ରତିଟି ଜନଗଣ ଙ୍କ ଅବସ୍ଥା ଅତି ସଙ୍କଟ ଜର୍ଜରିତ ହୋଇଛି ବୋଲି ବକ୍ତା ମାନେ କହିଛନ୍ତି ,ଯାହାକି ନେତାଜୀଙ୍କ ର ଏହା ସ୍ଵପ୍ନ ନ ଥିଲା । ଯିଏ ଚାହୁଁ ଥିଲେ ବିଭିନ୍ନତା ମଧ୍ୟରେ ଏକତା ପାଇଁ ସାମ୍ପ୍ରଦାୟିକ ସଦ୍ଭାବନା କୁ ସୁରକ୍ଷା ଦେବାକୁ ପଡିବ,ଯିଏ ପ୍ରଥମେ ପୂର୍ଣ୍ଣ ସ୍ବାଧୀନତାର ଡାକରା ଦେଇ ଆଜାଦ ହିନ୍ଦ ଫୌଜ ଗଠନ କରି ଦିଲ୍ଲୀ ଅଭିଯାନ କରି ଭାରତ ବର୍ଷ ସ୍ୱାଧୀନତା ଆନ୍ଦୋଳନ କୁ ନୂଆ ବାର୍ତ୍ତା ଦେଇଥିଲେ ସେ ହେଉଛନ୍ତି ନେତାଜୀ ସୁବାଷ ବୋଷ ।
ଯିଏ କହୁଥିଲେ ମୋତେ ରକ୍ତ ଦିଅ ମୁଁ ସ୍ବାଧୀନତା ଦେବୀ ,ଯାହାଙ୍କୁ ଆଇ ଏ ଏସ ଭଳି ସର୍ବୋଚ୍ଚ ଶିକ୍ଷା ଲାଭ କରି ମଧ୍ୟ ଗୋରା ବିଦେଶୀ ସରକାର ନିକଟରେ ଆତ୍ମସମର୍ପଣ ନ କରି ଦେଶ ମାତୃକା ର ସେବା କରିବାକୁ ସାଲିସି ହୀନ ସଂଗ୍ରାମ ସହ ଗୁଳିର ଜବାବ ଗୁଳିରେ ଦିଅ ବୋଲି କହି ତାଙ୍କର ଲଢେଇ ଜାରି କରି ବୀରତ୍ବର ବାର୍ତ୍ତା ଦେଇଯାଇଛନ୍ତି । ସେହିଭଳି ବୀର ସୁରେନ୍ଦ୍ର ସାଏ ଙ୍କ ଭଳି ଜଣେ ଓଡିଶା ପ୍ରଦେଶର ବୀର ଯୋଦ୍ଧା ସମ୍ବଲପୁର ମାଟିରେ ଜନ୍ମ ନେଇ ବ୍ରିଟିସ ର ଦଖଲଦାରୀ ବିରୋଧରେ ମଧ୍ୟ ସାଲିସି ହୀନ ସଂଗ୍ରାମ କରିଥିଲେ ଓ ସମାଜ ସଂସ୍କାରକ ହିସାବରେ ଧରମାନ୍ଧତା ଯୋଗୁଁ ଜାରି ରହିଥିବା ସତୀଦାହ ପ୍ରଥା କୁ ସମାଜରୁ ହଟାଇବା ପାଇଁ ଅଭିଯାନ କରିଥିଲେ।
ତେଣୁ ଆଜିର ଦିନରେ ଏହି ମହାନ ଯୋଦ୍ଧା ଦୁହିଁଙ୍କ ର ରାସ୍ତାକୁ ଆମକୁ ଆପଣେଇ ନେଇ ସମାଜର ମଙ୍ଗଳ ସାଧନ ପାଇଁ କାର୍ଯ୍ୟ କରିବା କୁ ଶ୍ରମିକ ,ଶ୍ରମଜୀବି ଓ କୃଷକ ମାନଙ୍କୁ ବକ୍ତା ମାନେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ଶ୍ରମିକ ନେତା ସୁରେଶ ସ୍ବାଇଁ, ଭିକାରୀ ଚରଣ ସାହୁ,ଚାପଧାରୀ ରାଉତ,ସ୍ମୃତିରେଖା ସେନାପତି,ସଂଯୁକ୍ତା ସେଠୀ ,ଓ ଦୁଃଶାସନ ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।। ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିବେଦନ। ନିବେଦକ,ସୁରେଶ ସ୍ବାଇଁ, ସି ଆଇ ଟି ୟୁ ର ଆବାହକ ।

No Result
View All Result