୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ସି ଆଇ ଟି ୟୁ ,ଓଡିଶା କୃଷକ ସଭା ଓ ଓଡିଶା କ୍ଷେତ ମଜଦୂର ୟୁନିୟନ ମିଳିତ ସମନ୍ୱୟ କମିଟି ତରଫରୁ ୨୩ ଜାନୁୟାରୀ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀରେ ସାମ୍ପ୍ରଦାୟିକ ସଦଭାବନା ର ଡାକରା ଦେଇ ଏକ ମିଳିତ କନଭେନସନ ସାଥୀ ଗଦାଧର ପ୍ରଧାନ,ଭିକାରୀ ଚରଣ ସାହୁ,ଓ ଜ୍ୟୋସ୍ନା ନାଏକ ଙ୍କ ସଭାପତି ମଣ୍ଡଳୀରେ ପଞ୍ଚୁଦୋଳ ପଡିଆ ସହିଦ ରଘୁଦିବାକର ଙ୍କ ସହିଦ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
ଏହି କନଭେନସନ ରେ କୃଷକ ସଭାର ରାଜ୍ୟ ନେତା ସୁରେଶ ପାଣିଗ୍ରାହୀ ପ୍ରଥମେ ରଣପୁର ମାଟିର ସହିଦ ସନ୍ତାନ ରଘୁ- -ଦିବାକର ଙ୍କ ପ୍ରତିମୂର୍ତ୍ତି ଓ ନେତାଜୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲା ବେଳେ ଉପସ୍ଥିତ ସମସ୍ତ ବନ୍ଧୁ ମାନେ ମାଲ୍ୟାର୍ପଣ ମଧ୍ୟ କରି ଥିଲେ । ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ,ଶ୍ରମିକ ବିରୋଧୀ ଓ କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ୨୦୧୪ ମସିହା ଠାରୁ କେନ୍ଦ୍ରରେ ଅଧିଷ୍ଠିତ ବି ଜେ ପି ନେତୃତ୍ବାଧୀନ ମୋଦୀ ସରକାର ଧାରାବାହିକ ଭାବେ ଶ୍ରମିକ ବିରୋଧୀ ନିଷ୍ପତି ନେଇ ମାଲିକ ସପକ୍ଷବାଦୀ ଶ୍ରମ କୋଡ଼ ଗ୍ରହଣ କରିଛନ୍ତି ଓ ସରକାରୀ ବ୍ୟବସ୍ଥାକୁ ଆମ୍ବାନୀ ଆଦାନୀ ଭଳି ବଡ଼ ପୁଞ୍ଜିପତି ହାତକୁ ସାଗମାଛ ଦରରେ ବିକ୍ରି କରିଚାଲିଛନ୍ତି।
ଆଜି ଆଶାକର୍ମୀ, ପାଚିକା ଓ ଅଙ୍ଗନବାଡି ଭଳି ସ୍କିମି ଶ୍ରମିକ ଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ଦେଲା ବେଳେ କୃଷକ ଙ୍କ ଫସଲର ଉଚିତ ଦର ନାହିଁ କି କୃଷକ ର ପେନସନ ନାହିଁ । ସେଥିରେ କୃଷି କ୍ଷେତ୍ରକୁ ପୁଞ୍ଜିପତି ହାତକୁ ଟେକି ଦେବାର ଷଡଯନ୍ତ୍ର ମୋଦି କରି ଚାଲିଛନ୍ତି । ସେହିଭଳି ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ଖାଉଟି ଆଜି ନାହିଁ ନ ଥିବା ହଇରାଣ ହେଉଛନ୍ତି । ତେଣୁ ଶ୍ରମିକ ଶ୍ରମଜୀବି ଜନସାଧାରଣ ମୋଦୀ ସରକାରର ଏଭଳି ଜନ ବିରୋଧୀ ନୀତିର ପ୍ରତିବାଦରେ ଆସନ୍ତା ଅପ୍ରେଲ ୫ ତାରିଖରେ ଦିଲ୍ଲୀ ଅଭିଯାନ କରି ପାର୍ଲ୍ୟାମେଣ୍ଟ କୁ ଅଚଳ କରିବାକୁ ଆହ୍ବାନ ଦେଇଛନ୍ତି । ଏହି ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ଜନଗଣ ଙ୍କୁ ତିନି ସଂଗଠନ ତରଫରୁ ନିବେଦନ କରାଯାଇଛି ।
ଆଜି ଠାରୁ ଆସନ୍ତା ଜାନୁୟାରୀ ୩୦ ଗାନ୍ଧିଜୀ ଙ୍କ ସହିଦ ଦିବସ ପ୍ରାୟ ୭ ଦିନ ବ୍ୟାପି ସାମ୍ପ୍ରଦାୟିକ ସଦ୍ଭାବନା ପାଇଁ ବ୍ୟାପକ ପ୍ରଚାର ଅଭିଯାନ କରିବାକୁ ଆହ୍ବାନ ଦିଆ ଯାଇଛି । ଏହି କନଭେନସନ ରେ କୃଷକ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ,ଶ୍ରମିକ ଜିଲ୍ଲା ନେତା ସୁରେଶ ସ୍ବାଇଁ, କ୍ଷେତମଯଦୁର ୟୁନିୟନ ର ନେତା ନିତ୍ୟାନନ୍ଦ ପରିଡା,ଦୁଃଶାସନ ଜେନା ,ହରିଶ୍ଚନ୍ଦ୍ର ମିଶ୍ର ଓ ସଂଯୁକ୍ତା ସେଠୀ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଖବରଟି ପ୍ରକାଶନ ଓ ପ୍ରସାରଣ କରିବାକୁ ନିନେଦନ । ନିବେଦକ,ସୁରେଶ ସ୍ବାଇଁ, ଆବାହକ,ମିଳିତ ସମନ୍ୱୟ ସମିତି ।

© 2023 Odisha Taza News.