ଭୋକ ଉପବାସରେ ରହିବାକୁ ପଡୁଥିଲା ଏହି ସେତୁ ନିର୍ମାଣ ହେଲେ ଅଞ୍ଚଳ ବାସୀ ଆଉ ଅସୁବିଧାରେ ରହିବେ ନାହିଁ । ଏହି ସେତୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିଜୁ ସେତୁ ଯୋଜନା ମାଧ୍ୟମରେ ତିନି କୋଟି ଛ ଲକ୍ଷ ୪୬ହଜାର ଟଙ୍କା ଅଟକଳରେ ନିର୍ମାଣ ଚାଲିଛି । ଏହି ସେତୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ଏହି ସେତୁର ପ୍ରସ୍ତ ଆଠ ମିଟରରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଦର୍ଘ୍ୟ ୪୦ମିଟରରୁ ଅଧିକା ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଇଂ. ଉମା ଶଙ୍କର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୋଶଭୋନ ସାହୁ ଏବଂ କନିଷ୍ଟ ଯନ୍ତ୍ରୀ ଇଂ. ସୁଧୀର କୁମାର ପାଢୀ ଦ୍ବୟ ଉକ୍ତ ନିର୍ମାଣ କାର୍ଯ୍ୟ କୁ ନିୟମିତ ତଦାରଖ କରୁଥିବା ପ୍ରକାଶ । ଏହି କାର୍ଯ୍ୟ କୁ ସ୍ବତନ୍ତ ଶ୍ରେଣୀ ଠିକାଦାର ଶ୍ରୀନିବାସ ମହାପାତ୍ର ସମ୍ପାଦନ କରୁଥିବା ସହ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁରହିଥିବା ଦେଖିବାକୁ ମିଳିଛି ।

© 2023 Odisha Taza News.