୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଳକ୍ ପୌରପରିଷଦ ଜେଲ୍ ପେଟ୍ଟା ସାହିର ମଟର କର୍ମ ଚାରୀ ସଂଘ ଏଆଇସିସିଟିୟୁ ର ପୂର୍ବତନ ସମ୍ପାଦକ ଟି ଈଶ୍ବର ରାଓ (କାମି) ଗତ କିଛି ଦିନ ଧରି ବିଶାଖାପାଟଣା ମେଡିକାଲରେ ଚିକିତ୍ସିତ ହୋଇ ଥିବାଥିବା ବେଳେ ଗତ ଖାଲି ଶେଷ ନିଶ୍ବାସ ପରିତ୍ୟାଗ କରିଛନ୍ତି । ସମାଜରେ ମଟର ଚାଳକ ଏବଂ ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଦୁଃଖ ସୁଖରେ ରହୁଥିବା ସମାଜ ସେବୀ ଅଧିକାର ପାଇଁ ସବୁ କ୍ଷେତ୍ରରେ,
ସବୁ ତିଥିରେ ଲଢେଇ କରି ଆସୁଥିବା ଟି ଈଶ୍ବର ରାଓ 2008 ମସିହା ଠାରୁ 2011 ମସିହା ପର୍ଯ୍ୟନ୍ତ ଗୁଣପୁର ବାସୀ ମଟର କର୍ମ ଚାରୀ ସଂଘର ସାଧାରଣ ସମ୍ପାଦକ ଭାବରେ ରଖିଥିଲେ । ଆଜି ଦିନ ତିନି ଘଣ୍ଟା ସମୟରେ ନିଜ ବାସଭବନ ଜେଲ୍ ପେଟ୍ଟା ଠାରୁ ଏକ ଶୋଭାଯାତ୍ରା ବନ୍ଧୁ,ବାନ୍ଧବ ସାଙ୍ଗ ସାଥି ଅନ୍ୟ ଅନ୍ୟ କର୍ମ କର୍ତ୍ତା ବାହାରି ସ୍ମଶାନ ଘାଟ ପର୍ଯ୍ୟନ୍ତ ପହଞ୍ଚି ଥିଲେ ।
ତାହା ପରେ ନୀତି ନିୟମରେ ଦାହ କରାଯାଇଥିଲା । ତଥା ଭିମା ଶ୍ରୀରାମ,ଟୁଟୁ ପାଡି, ଜଳଞ୍ଜର୍ ଦାସ୍,ଭାସ୍କର ପଟ୍ଟନାୟକ,ମହୋନ୍ ବାଉଁରୀ, ସମାଜ ସେବୀ-ସଞ୍ଜୟ ସାହୁ, ସିପିଆଇ ଏମ୍ଏଲ୍ ଶ୍ରୀ-ତ୍ରୀପତି ଗମାଙ୍ଗ,ବହୁତ ସଂଖ୍ଯାରେ ମଟର କର୍ମଚାରୀ ଏଥିରେ ଯୋଗ ଦାନ ଦେଇଥିଲେ ।

© 2023 Odisha Taza News.