• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡ଼ା ଚଇତି ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି

Proprietor Abhimanyu Maharana by Proprietor Abhimanyu Maharana
January 21, 2023
in ଓଡ଼ିଶା, ରାୟଗଡା, ହୋମ୍
0
ରାୟଗଡ଼ା ଚଇତି ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି
Share on FacebookShare on TwitterWhatsapp

ଚଇତିରେ ଜନ ପ୍ରତିନିଧିଙ୍କୁ ଅପମାନ ।
ଆମନ୍ତ୍ରିତ ହୋଇନାହାନ୍ତି ଜିଲ୍ଲାର ବହୁ ଜନ ପ୍ରତିନିଧି ।
ମଞ୍ଚ ଛାଡ଼ିବାକୁ କହି ପୁଣି କ୍ଷମା ମାଗୁଛନ୍ତି ଅଧିକାରୀ ।

୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- ଜିଲାର ପ୍ରକୃତ ପରିଚୟ ଦେଇଥାଏ ଏଠାକାର ଲୋକ ମହୋତ୍ସବ ଚଇତି । ହେଲେ ଚଳିତ ବର୍ଷ ଚଇତିକୁ ନେଇ ଲୋକଙ୍କ ମନରେ ଉଠିଛି ନାନା ପ୍ରଶ୍ନ । ଚଇତି ୨୦୨୨ ନା ୨୦୨୩ ବର୍ଷ ପାଇଁ ତାହା ପାଲଟିଛି ସବୁଠୁ ବଡ଼ ପ୍ରଶ୍ନ । ଚଇତି ପ୍ରଚାର ପ୍ରସାର କେତେ ଦୂର ସଫଳ ହୋଇଛି । ଚଇତି କାର୍ଯ୍ୟକ୍ରମ ସମୟରେ ଏହା କେଉଁ ଟିଭିରେ ଲାଇଭ ଦେଖାଯାଇଛି କି ନାହିଁ । ଜିଲ୍ଲାର ବିଶିଷ୍ଟ ରାଜନେତା , ବୁଦ୍ଧିଜୀବୀ , ସାହିତ୍ୟିକ ସମସ୍ତେ କାହିଁକି ଆମନ୍ତ୍ରିତ ହୋଇନାହାନ୍ତି । ହକି ବିଶ୍ୱ କପ ନାଁରେ ୨୦୨୨ର ଚଇତି ୨୦୨୩ରେ କରିବା ପଛରେ କାହାର ସ୍ୱାର୍ଥ ନିହିତ । ଚଇତି ପାଇଁ ଆମନ୍ତ୍ରିତ ମୁଖ୍ୟ ଅତିଥି ଆସି ଫେରିଯିବା ସହିତ ଅନ୍ୟାନ୍ୟ ଅତିଥି କାହିଁକି ଆସୁନାହାନ୍ତି ।

ଜନସାଧାରଣ ଏବଂ ବୁଦ୍ଧିଜୀବୀଙ୍କ ମତାମତ ପାଇଁ ୨୦୨୨ ଡିସେମ୍ବର ୧୭ ତାରିଖରେ ହୋଇଥିବା ପବ୍ଲିକ ମିଟିଂ ରୁ କାହିଁକି ରାଗିକି ଚାଲିଗଲେ ଜିଲ୍ଲାପାଳ । ଚଇତି ପ୍ରଥମ ଦିନରେ ଜନ ପ୍ରତିନିଧିଙ୍କୁ କାହିଁକି ମଂଚରୁ ଚାଲିଯିବା ଭଳି ଅପମାନିତ ହେବାକୁ ପଡ଼ିଲା । ପ୍ରଥମ ଦିନରେ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଅତିଥି ନଥିବା ବେଳେ ସମ୍ମାନିତ ଅତିଥି ମୁହଁ ଦେଖାଇ କାହିଁକି ଚାଲିଗଲେ । ପୂର୍ବ ବର୍ଷ ଭଳି ଆଦିବାସୀ ଲୋକକଳା ସଂଶ୍ଲିଷ୍ଟ ମଂଚ ନିର୍ମାଣ ହୋଇନି କାହିଁକି । ପ୍ରଥମ ଦିନର ଶୁଭ ଉଦଘାଟନୀରେ ମା ମଝିଘରିଆଣି ମନ୍ଦିରରୁ ଆଜ୍ଞାମାଳ ନେବା ସମୟରେ ଜିଲ୍ଲାପାଳ ଏବଂ ଏସପି କାହିଁକି ନଥିଲେ । ଏହିଭଳି ନାନା ପ୍ରଶ୍ନ ଜନତାଙ୍କ ମନରେ ଉଙ୍କି ମାରୁଛି । ହେଲେ ଉତର ଦେବ କିଏ । ପ୍ରଥମ ଏବଂ ଦ୍ୱିତୀୟ ଦିନର ମୁଖ୍ୟ ଅତିଥି ନଆସିବା ଜିଲା ସଂସ୍କୃତି ପରିଷଦର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ଜିଲ୍ଲାର ଲୋକ ମହୋତ୍ସବ ଚଇତି ଜିଲ୍ଲାର ଲୋକକଳା , ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଆଦିବାସୀ ପରମ୍ପରା ଆଦିର ମାଧ୍ୟମ ହୋଇଥିବା ବେଳେ ଚଳିତ ଚଇତି ୨୦୨୨ରେ ଚଇତି ମଂଚରେ ଏସବୁ ସ୍ଥାନ ପାଇନାହିଁ । ନିର୍ମାଣ ହୋଇଥିବା ମଂଚରେ କେବଳ ଏଲଇଡ଼ି ଖଞ୍ଜା ଯାଇଛି । ଯାହା କେବଳ ସଂଧ୍ୟା ସମୟରେ ଲୋକଙ୍କ ରଙ୍ଗବେରଙ୍ଗ ଭିଜୁଆଲ ଦେଖାଉଛି । ଉକ୍ତ ମଂଚରେ ପୂର୍ବ ବର୍ଷ ଭଳି ଆଦିବାସୀ ଓ ଡଙ୍ଗରିଆର ପରମ୍ପରାର କୌଣସି କାରୁକାର୍ଯ୍ୟ ହୋଇନାହିଁ । ସେହିଭଳି ଚଳିତ ଚଇତିରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଜିଲାର ୧୧ଟି ବ୍ଲକ ଅଧ୍ୟକ୍ଷ ରହିଥିବା ବେଳେ କେଉଁ କାରଣରୁ କାଶୀପୁର ବ୍ଲକ ଅଧ୍ୟକ୍ଷଙ୍କୁ ଆମନ୍ତ୍ରିତ କରାଯାଇନଥିଲା । ଏନେଇ କାଶୀପୁର ବ୍ଲକ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ପରେ ତାଙ୍କୁ ଆମନ୍ତ୍ରିତ କରାଗଲା ।

କାହା ଇଙ୍ଗିତରେ ଏସବୁ କରାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ । ସେହିଭଳି ମଂଚକୁ ଆମନ୍ତ୍ରିତ ହୋଇଥିବା ଅତିଥିଙ୍କୁ ମଂଚ ଛାଡ଼ିବାକୁ କୁହାଯାଉଛି । ପରେ ପୁଣି ସେମାନଙ୍କୁ କ୍ଷମା ମାଗି ମଂଚକୁ ଅଣାଯାଉଛି । ଏହିଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଚଇତିର ପ୍ରଥମ ଦିନରେ । ମଂଚ ଉପରେ ଆମନ୍ତ୍ରିତ ହୋଇ ବସିଥିବା ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକାଙ୍କୁ ମଂଚ ଛାଡ଼ି ଚାଲିଯିବାକୁ କୁହାଯାଇଥିଲା । ଟୁନିଙ୍କ କହିବାନୁଯାୟୀ, ସେ ଚଇତି ନିମନ୍ତ୍ରଣ ପାଇ ଚଇତି ମଂଚରେ ବସିଥିଲେ । ହେଲେ ଜଣେ ଭଲ୍ୟୁଂଟର ତାଙ୍କୁ ଆପଣଙ୍କ ନିକଟରେ କାର୍ଡ଼ ନାହିଁ, ଆପଣ ଏଠାରୁ ଉଠିଯାନ୍ତୁ ବୋଲି କହିଥିଲେ । ଫଳରେ ଏଭଳି ଅପମାନିତ ହୋଇ ଟୁନି ସେଠାରୁ ଚାଲିଯାଇଥିଲେ । ପରବର୍ତି ସମୟରେ ପ୍ରଶାସନିକ ଅଧିକାରୀ ତାଙ୍କ ପଛେ ପଛେ ଯାଇ ତାଙ୍କୁ କ୍ଷମା ମାଗିବା ସହିତ ପୁଣି ଡାକି ଆଣି ମଂଚରେ ବସାଇଥିଲେ ।

ତେବେ ଟୁନିଙ୍କ କହିବା କଥା ହେଲା କୌଣସି ପଦପଦବୀରେ ନଥାଇ କିଛି ବ୍ୟକ୍ତିବିଶେଷ ମଂଚ ଉପରେ ବସିପାରୁଥବା ବେଳ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଜନତାଙ୍କ ସମ୍ମୁଖରେ କାହା ଇଙ୍ଗିତରେ ଅପମାନିତ କରାଯାଉଛି । ସେହିଭଳି ଚଳିତ ଥର ଚଇତିରେ ଆଦିବାସୀ ପରମ୍ପରାକୁ ନେଇ ମଂଚ ସେମିତି ବିଶେଷ ନିର୍ମାଣ ହୋଇନାହିଁ । କେବଳ ଏଲଇଡ଼ି ଲଗାଇ କାମ ସାରିଦେଇଛନ୍ତି ଆୟୋଜକ ବୋଲି କହିଛନ୍ତି ଟୁନି । ଏଥର ଏମିତି ଆୟୋଜନ ହୋଇଛି ଯେ, କାହାକୁ ଡାକିବେ କାହାକୁ ଡାକିବେନି ଯେମିତ ଆଗରୁ ନିଷ୍ପତି ହୋଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଜିଲା ପରିଷଦ ଅଧ୍ୟକ୍ଷ ଆମନ୍ତ୍ରିତ ଥିବା ବେଳେ ସେହି ପରିଷଦର ଉପାଧ୍ୟକ୍ଷଙ୍କୁ ଭୁଲି ଯାଇଛି ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲା ପ୍ରଶାସନ ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବନମାଳୀ କାଡ୍ରାକାଙ୍କୁ ନିମନ୍ତ୍ରଣ ହୋଇନାହିଁ । ଏହିସବୁ ଅବ୍ୟବସ୍ଥାକୁ ନେଇ ରାଜନୈତିକ ଦଳ, ସରକାରୀ କର୍ମଚାରି ଟୁପୁରୁଟାପୁରୁ କରୁଥିଲେ ମଧ୍ୟ ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି । ସରକାରୀ କର୍ମଚାରୀଙ୍କୁ ଚାକିରି ଭୟତ ରାଜନୈତିକ କର୍ମୀଙ୍କୁ ଦଳରୁ ନିଲମ୍ବନ ଭୟ । ଯାହା ଚାଲୁଛି ଚାଲୁ, ଅବ୍ୟବସ୍ଥା ଯାହା ହେଉଛି ହେଉ, ଦେଖି ଚାଲିବା କଥା ବୋଲି କିଛି ସରକାରୀ କର୍ମଚାରୀ ପ୍ରକାଶ କରିଛନ୍ତି । ପ୍ରଥମ ଦିନର ସମ୍ମାନିତ ଅତିଥି ଥିଲେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ମୁହଁ ଦେଖାଇ ଚାଲିଗଲେ । ହେଲେ ଆୟୋଜକଙ୍କୁ ଅପମାନରୁ ରକ୍ଷା କରିଦେଇଛନ୍ତି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।

ସଂଧ୍ୟା ୬ଟା ସମୟରେ କାର୍ଯ୍ୟ ଶୁଭାରମ୍ଭ ହୋଇଥିବା ବେଳେ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ପହଂଚିଥିଲେ ରାତି ପ୍ରାୟ ୧୦.୩୦ ସମୟରେ । ମଂଚକୁ ଆସି ବିଳମ୍ବ ଯୋଗୁଁ କ୍ଷମା ପ୍ରାର୍ଥନା କରି ଅଭିଭାଷଣ ଦେଇ ସର୍କିଟ ହାଉସକୁ ଚାଲିଯାଇଥିଲେ । ସେ ସମୟରେ କେବଳ ହାତଗଣତି ଲୋକ ଚଇତି ପଡ଼ିଆରେ ଥିଲେ । ଯଦି ରାୟଗଡ଼ା ଜିଲ୍ଲାର ଜଣେ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିନଥାନ୍ତେ ତେବେ ଜିଲ୍ଲାର ପ୍ରସିଦ୍ଧ ଲୋକ ମହୋତ୍ସବ ଚଇତି ଅବସ୍ଥା କଣ ହୋଇଥାନ୍ତା ଏବଂ କିଭଳି ଜନ ଅସନ୍ତୋଷ ଦେଖିବାକୁ ମିଳିଥାନ୍ତା ବୋଲି ଜିଲାସ୍ତରୀୟ ଅଧିକାରୀ ମାନେ ଆଲୋଚନା କରୁଛନ୍ତି । ସେଥିପାଇଁ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମନେ ମନେ ଧନ୍ୟବାଦ ଦେଇଛନ୍ତି ଆୟୋଜନ କରୁଥିବା ଅଧିକାରୀ ।

ଚଇତି ଓ ପଲ୍ଲୀଶ୍ରୀ ମେଳାରେ ପ୍ରତିବର୍ଷ ଭଳି ପୁସ୍ତକ ମେଳା ଆୟୋଜନ ହୋଇଛି । ହେଲେ ମେଳାରେ ପବ୍ଲିକେଶନଙ୍କୁ ମିଳିଥିବା ଷ୍ଟଲରେ ପୁସ୍ତକ ସଜାଇବାକୁ ସ୍ଥାନ କମ ପଡ଼ୁଛି ବୋଲି କଟକରୁ ଆସିଥିବା ଏକ ପବ୍ଲିକେଶନ କର୍ମଚାରୀ କହିଛନ୍ତି । ଦାୟିତ୍ୱରେ ଥିବା ଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବ କାରଣରୁ ଏଥର ପୁସ୍ତକ ମେଳାରେ ନିଜ ପସନ୍ଦର ବହି ପାଇପାରୁନାହାନ୍ତି କବି, ଲେଖକ ଏବଂ ଛାତ୍ରୀଛାତ୍ର । ସମସ୍ତେ ନିରାଶ । ପୂର୍ବ ବର୍ଷଗୁଡ଼ିକର ଚଇତିକୁ ଦେଖିଲେ ଚଳିତ ବର୍ଷର ଚଇତି ଫିକା ପଡ଼ିଯାଇଥିବା ନେଇ ଜନସାଧାରଣଙ୍କ ମନକୁ ଦୁଃଖ ଦେଇଥିବା ଦେଖିବାକୁ ମିଳିଛି । ସେହିଭଳି ଚଇତି ପାଇଁ ବିଭିନ୍ନ ସ୍ଥାନରେ ଜଗିଥିବା ପୁଲିସ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

ରାୟଗଡ଼ା ଜିଲ୍ଲା ଲୋକ ମହୋତ୍ସବ ଚଇତି ପାଳନ ପାଇଁ ପୁଲିସ ଅଧିକାକାରୀ ସୁରକ୍ଷା ନାମରେ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଜନସାଧାରଣଙ୍କ ମହଲରେ ଅସନ୍ତୋଷ ଅଭିଯୋଗ ହୋଇଛି। ବରିଷ୍ଠ ନାଗରିକ ଓ ପୂର୍ବତନ ସୈନିକ ପୁଲିସ ନାଲି ଆଖିରୁ ବାଦ୍ ପଡିନାହାନ୍ତି। ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି। ପୂର୍ବରୁ ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ନାନା ବ୍ୟବସ୍ଥା କରିଥିବା ସୂଚନା ପୁଲିସ ତରଫରୁ ଦିଆଯାଇଥିଲା। ହେଲେ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଲୋକଙ୍କ ସୁରକ୍ଷା ଅପେକ୍ଷା ସରକାରୀ ବାବୁ ମାନଙ୍କ ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୮ ଜଣ ଡିଏସପି ଓ ୧୩ ଜଣ ଇନ୍ସପେକ୍ଟର କେବଳ ଏହି କାମରେ ନିୟୋଜିତ ହୋଇଛନ୍ତି। ହେଲେ ଲୋକଙ୍କ ପାଇଁ ନିୟୋଜିତ ପୁଲିସ ଲୋକପର୍ବରେ ଲୋକଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଗାମୀ ତିନି ଦିନ ପୁଲିସ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ନିବେଦନ କରିଛନ୍ତି ସାଧାରଣ ଲୋକ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version