No Result
View All Result
୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ଦେବଦତ ମେମୋରିଆଲ ଦିବାରାତ୍ର ଭଲିବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ରେ ୮ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍ ରେ ନାଟୁଗାଁ କୁ ହରାଇ କେରଙ୍ଗ ଚାମ୍ପିଅନ ହୋଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ନାଏବ ସରପଞ୍ଚ ବସନ୍ତ କୁମାର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ସମାଜ ସେବୀ ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ । ମ୍ୟାଚ୍ କୁ ପରିଚାଳନା କରିଥିଲେ ପ୍ରଦୀପ ଖଣ୍ଡୁଆଳ ଏବଂ ଜନ୍ମେଜୟ ଦାସ ।

No Result
View All Result