କେନ୍ଦ୍ରର ପ୍ରତିଷ୍ଠାତା ମାନନୀୟ ଏକନାଥ ରାନାଡେଙ୍କ ଦୃଷ୍ଟିରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ସାଧାରଣ ଲୋକମାନଙ୍କର ଏକ ଅସାଧାରଣ ସଂଗଠନ । ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ବ୍ୟାବହାରିକ ସିଦ୍ଧାନ୍ତଗୁଡ଼ିକ ଜୀବନ୍ତ,ଆଧାରିତ କରିବାର କାର୍ଯ୍ଯ,ଦେଶ ପ୍ରେମରେ ଉଦ୍ ବୁଦ୍ଧ ଯୁବକ,ଯୁବତୀମାନେ ହିଁ କରିପାରିବେ । ସେଥି ପାଇଁ ଗୁଣପୁର ଦେଶ ପ୍ରେମୀ ଛାତ୍ର,ଛାତ୍ରୀମାନଙ୍କୁ ନେଇ ବିଶାଳ ଶୋଭାଯାତ୍ରା ମହାବିଦ୍ଯାଳୟ ଯୁବମଣ୍ଡଳୀ,ଛାତ୍ର ଜୀବନରେ ସଫଳତା ପାଇଁ କର୍ମଶାଳା,ଆତ୍ମଚିନ୍ତନ ଏବଂ ସ୍ବଦେଶଚିନ୍ତନ ପାଇଁ ଅଧ୍ୟନ । ଜନନୀ ଜନ୍ମ ଭୂମିର ଦାସତୂ ବନ୍ଧନ କୁ ଛିନ୍ନ କରିବା ପାଇଁ ମୁକ୍ତିସଂଗ୍ରାମର ସମସ୍ତ ସୁପୁତ୍ରମାନଙ୍କର ଅସାଧାରଣ ଦେଶପ୍ରେମ, ପରମ୍ପରା,ଅସୀମତ୍ୟାଗ ଆମ ଜାତି ପାଇଁ ଏକ ଅବିସ୍ମରଣୀୟ ଅଧ୍ୟାୟ ।
ଏହି ଅଧ୍ୟାୟରେ ଅସଂଖ୍ୟ ପରିଚିତ-ଅପରିଚିତ ସନ୍ତାନ-ସନ୍ତତିଙ୍କ ସ୍ମରଣ କରିବା ସହିତ ଉଠ ! ଜାଗ !! ଅମୃତ ମହୋତ୍ସବର ପରିକଳ୍ପନା । 75 ବର୍ଷ ଭାରତ ଶାସନ ମଧ୍ୟରେ ଆର୍ଥିକ,ବୈଷୟିକ, ସାମରିକ ସିଦ୍ଧି ଲାଭ କରୁଥିଲେ ମଧ୍ୟ ଆମ୍ଭେମାନେ ସ୍ବପ୍ନର ଭାରତକୁ ସାକାର କରି ପାରୁ ନାହୁଁ । ଆସନ୍ତା 50 ବର୍ଷ ପାଇଁ ଆମ୍ଭର ସଂପୂର୍ଣ୍ଣ ଧ୍ୟାନ କେନ୍ଦ୍ର,ଆମ୍ଭର ମହାନ୍ ମାତୃଭୂମି ଭାରତ ମାତା ହିଁ ହେବା ସୁତରୀ,ଅନ୍ୟ ସଭିଏଁ ଦେବୀ ଦେବତା ଆମ୍ଭମାନଙ୍କ ମନରୁ ଦୂରରେ ରଖିବା । ସ୍ବାମୀ ବିବେକାନନ୍ଦ କହୁଥିଲେ, “ନବୀନ ପୀଡି ଉପରେ ଆମର ସଂପୂର୍ଣ୍ଣ ବିଶ୍ବାସ କହିଥିଲେ” ।
ଯୁବକ ସମାଜ ମଧ୍ୟରେ ଜାଗ୍ରତ,ଉଦ୍ୟମ, ସୃଜନଶୀଳତା ଏହି ସ୍ବପ୍ନର ଭାରତକୁ 2047 ସ୍ବାଧୀନତାର ଶତାବ୍ଦୀ ବର୍ଷ ପର୍ଯ୍ଯନ୍ତ,ଆମ୍ଭେମାନେ ସାକାର କରିବା ।ଏହି ବାର୍ତ୍ତା ଗୁଣପୁରର ବାସୀ ଯୁବକ ଛାତ୍ର,ଛାତ୍ରୀ ସମାଜ ପାଖକୁ ନେବା ପାଇଁ ସ୍ବାମୀ ବିବେକାନନ୍ଦ କେନ୍ଦ୍ର ଅମୃତ ମହୋତ୍ସବ ଯାତ୍ରା କରାଯାଇଛି । ଏଥିରେ ଗୁଣପୁରବାସୀ ବୁଦ୍ଧିଜୀବି ଭଦ୍ରମଣ୍ଡଳୀ,ସ୍କୁଲ୍,କଲେଜ, ଛାତ୍ର,ଛାତ୍ରୀ, ଶିକ୍ଷକ,ଶିକ୍ଷିତ୍ରୀ, ପ୍ରତିଭା ରଥ, ଜଗନ୍ନାଥ ପଟ୍ଟନାୟକ,ପ୍ରଭାତ ମହାପାତ୍ର, ରାଜେଶ କୁମାର ପୃଷ୍ଟି,,ନିଲାକି ଦିଦି,ରବି ନାଇଡୁ, ରାଜୀବ ଲୋଚନ ସାହୁ,କେ ପ୍ରବୀଣ ରାଜୁ,ସାମ୍ବାଦିକ ବନ୍ଦୁ ଉପସ୍ଥିତ ଥିଲେ ।

© 2023 Odisha Taza News.