No Result
View All Result
୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଲିଭିଂ ଫାର୍ମସ୍ ତରଫରୁ ଗାଁ ରେ ଥିବା କିଶୋରୀ ବାଳିକା ମାନଙ୍କୁ ନେଇ ACEH ପ୍ରୋଜେକ୍ଟ ଚାଲିଛି, ଏହି ପ୍ରୋଜେକ୍ଟ ଜରିଆରେ କିଶୋରୀ ମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା ଓ ନେତୃତ୍ୱ ର ବିକାଶ ଉପରେ ଗୁରୁତ୍ଵ ଦିଆ ଯାଉଛି. PLA ବୈଠକ ମାଧ୍ୟମରେ କିଶୋରୀ ବାଳିକା ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରା ଯାଉଛି. ଏହି ଆଲୋଚନା ପ୍ରଭାବରେ ଶବରପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଣ୍ଡରବା ଗ୍ରାମର କିଶୋରୀ ମାନେ ଏକତ୍ରିତ ହୋଇ ତାଙ୍କ ଗ୍ରାମ ରେ ଚାଲି ଆସୁଥିବା କମ୍ ବୟସ ରେ ବିବାହ ବନ୍ଦ କରିବା ,
କିଶୋରୀ ଅବସ୍ଥାରେ କଠିନ ପରିଶ୍ରମ ବନ୍ଦ କରିବା , କିଶୋରୀ ମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ଦେବା ଉପରେ ଏକ ରାଲି କରିଛନ୍ତି ଗ୍ରାମ ଭ୍ରମଣ କରି ଏକ ଦାବିପତ୍ର ଗ୍ରାମର ସଭାପତି ଙ୍କୁ ପ୍ରଦାନ କରିଛନ୍ତି. ଏହି ଦାବିପତ୍ର ରେ କମ୍ ବୟସରେ ବିବାହ ବନ୍ଦ କରିବା ଓ କିଶୋରୀ ଅବସ୍ଥାରେ କଠିନ ପରିଶ୍ରମ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ଏହି ରାଲି ରେ ଲିଭିଂ ଫାର୍ମସ୍ ର କର୍ମକର୍ତ୍ତା, ଗ୍ରାମ ସଭାପତି, ଅଙ୍ଗନବାଡି , CRP ଓ ଗ୍ରାମର ମୁରବୀ ମାନେ ଉପସ୍ଥିତ ଥିଲେ

No Result
View All Result