୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବାଲାଙ୍ଗୀର ଜିଲ୍ଲା ଖପ୍ରାାଖୋଲ ବ୍ଲକ ମହାରାପଦର ପଂଚାୟତ ସଗିପାଳି ଗ୍ରାମ ର ଶ୍ରମିକ ମାନେ ଏମ ଜି ଏନ୍ ଆର ଇ ଜି ଏ କାର୍ଯ୍ୟର ଅନିୟମିତତା ଓ ଶ୍ରମିକ ଙ୍କ ପାଉଣା ଦାବୀ କୁ ନେଇ ବ୍ଲକ ଘେରାଉ କରିବା ସହିତ କାର୍ଯ୍ୟାଳୟ କୁ ଭଙ୍ଗା ରୁଜା କରିଛନ୍ତି ।
ଆଜି ୧୧ ଟାରେ ମା ବିନ୍ଧ୍ୟାବାଶିନୀ ଶ୍ରମିକ ସଂଘ ସର୍ଗୀପାଲି ଗ୍ରାମ ର ଶତାଧିକ ଶ୍ରମିକ ଏକ ଶୋଭାଯାତ୍ରା ରେ ଆସି ବ୍ଲକ କାର୍ଯ୍ୟାଳୟ କୁ ଧସେଇ ପଶି ବିଡ଼ିଓ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ପ୍ରକାଶ କରି ବ୍ଲକ କାର୍ଯ୍ୟାଳୟ କୁ ଭଙ୍ଗା ରୁଜା କରିଥିବା ଦେଖିବା କୁ ମିଳିଛି ।
ପୁଲିସ ପ୍ରଶାସନ ପହଂଚିବୁଝାସୁଝା କରି ଥିବା ବେଳେ ଶ୍ରମିକ ମାନେ ବ୍ଲକ କାର୍ଯ୍ୟାାଳୟ ରୁ ବାହାରୀ ଖପ୍ରାାଖୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ସର୍ଗି ପାଲି ଗ୍ରାମରେ ଏମ ଜି ଏନ ଆର ଇଯିଏ ଯୋଜନାଁରେ କେନାଳ କାମ ରେ ଅନିୟମିତତା ହେଇଛି !
ତେବେ ଆଜି କାର୍ଯ୍ୟ କରି ଥିବା ହିତାଧିକାରୀ ମାନେ ଟଙ୍କା ପଡି ନ ଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧକାରୀ ଙ୍କୁ ଜଣାଇବାକୁ ଆସି ଥିବା ବେଳେ ଅଧିକାରୀ କାର୍ଯ୍ୟଲୟ ରେ ନ ଥିବା ରୁ ଅସନ୍ତୋଷ ପ୍ରକାଶ କରିବା ସହ ଉତେଜିତ ହେବା ସହ କାର୍ଯ୍ୟଲୟ ରେ ଥିବା ଟେବୁଲ, ଚୋକି, କବାଟ, ଝରକା ,ଟିଭି, ଭଙ୍ଗା ରୁଜା କରି ଥିଲେ !
ଖବର ପାଇଁ ଖପ୍ରାଖୋଲ ପୋଲିସ ପହଁଚି ଲୋକ ଙ୍କୁ ବୁଝାସୁଜା କରି ଥିଲା ! ତେବେ ବର୍ତମାନ ସୁଦ୍ଧା ଆନ୍ଦୋଳନକରି ବ୍ଲକ କାର୍ଯ୍ୟଲୟ ସମ୍ମୁଖୀନ ଉପସ୍ଥିତ ରହିବ ସହ ଆନ୍ଦୋଳନ ଜାରି ରଖିଛନ୍ତି ! ଖବର ପାଇଁ ସହକାରୀ ଜିଲ୍ଲାପାଳ କ୍ଷିରୋଦ ଚନ୍ଦ୍ର ସାହୁ, ପାଟଣାଗଡ଼ ତହସିଲଦାର ଲକ୍ଷ୍ଣଣ ମାଝି ,
ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ପ୍ରମୁଖ ଧାରଣ ସ୍ଥଳ କୁ ପହଞ୍ଚି ଧାରଣାରତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନାହିଁ । ଶ୍ରମିକ ମାନେ ବିଡ଼ିଓ ଙ୍କ ବଦଳୀ ,ପାଉଣା ଓ ,ଗାଁ ସାଥି ,ସରପଞ୍ଚ ଙ୍କ ପ୍ରତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକ ମାନେ ଦାବି କରିବା ସହ ଧାରଣା ଜାରିରଖିଥିଲେ ।

© 2023 Odisha Taza News.